Site icon Awaj Media

ଓଡ଼ିଶା ମୋ ପରିବାର ପକ୍ଷରୁ ଗୁମ୍ମା ବ୍ଳକରେ ରକ୍ତଦାନ ଶିବିର ଅନୁଷ୍ଠିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ସଦର ମହକୁମାସ୍ଥିତ ପ୍ରାଥମିକ ବିଦ୍ୟାଳୟର ପରିସରରେ ଓଡ଼ିଶା ‘ମୋ ପରିବାର’ ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦାନ କରି ଶିବିରକୁ ଉଦଘାଟିତ କରିଥିବା ବେଳେ ଓଡ଼ିଶା ‘ମୋ ପରିବାର ‘ ସଂଯୋଜିକା ଇନ୍ଦିରା ପଟ୍ଟନାୟକଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ନଗର ସଭାପତି ବାବୁଲି ରାଜଗୁରୁ, ବରିଷ୍ଠ ନେତା ବସନ୍ତ ଦାସ, ଲକ୍ଷ୍ମୀ କାନ୍ତ ପରିଚ୍ଛା, ଜିଲ୍ଲା ଛାତ୍ର ସଭାପତି ସୁଜିତ ତ୍ରିପାଠୀ, ନେତ୍ରୀ ଶାନ୍ତି ଜେନା, ଅନିତା ଅଧିକାରୀ, ପ୍ରେମିକା ମଣ୍ଡଳ, ବ୍ଳକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ବ୍ଳକ ବିଜେଡି ସଭାପତି ଏନାସ ଶବର,ସାଂସଦ ପ୍ରତିନିଧି ବିମଳ କୁମାର ଦଳେଇ, ସରପଞ୍ଚ ଜୁସିଲିସ ମଣ୍ଡଳ, ଜିକନିୟ ରଇତ, ଆଡିଆ ଗମାଙ୍ଗ, ସନ୍ତୋଷ କୁମାର ଦଣ୍ଡସେନା, କହେସ୍ୱର ଗୌଡ଼ ଉପସ୍ଥିତ ଥିଲେ । ଉକ୍ତ ରକ୍ତଦାନ ଶିବିରରେ 70 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଜିଲ୍ଲା ବ୍ଲଡ଼ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Exit mobile version