Site icon Awaj Media

ପାରଳାଖେମୁଣ୍ଡିରେ ପରୀ ପାଇଁ ନ୍ୟାୟର ସ୍ୱର !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନୟାଗଡ଼ର ପରୀ ଘଟଣା ନେଇ ସମଗ୍ର ରାଜ୍ୟରେ ଦୃଢ ହେବାରେ ଲାଗିଛି ନ୍ୟାୟ ପାଇଁ ଦାବୀର ସ୍ୱର . ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପରୀ ପାଇଁ ନ୍ୟାୟ ଦାବୀରେ ରାଜରାସ୍ତାକୁ ଓହ୍ଲାଇଲେ ଭାରତୀୟ ଜନତା ପାର୍ଟିର ସଦସ୍ୟ . ପରୀକୁ ନ୍ୟାୟ ପ୍ରଦାନ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ ଦାବୀ କରି ପାରଳାଖେମୁଣ୍ଡି ଠାରେ ବିଜେପିର ବିରାଟ ପ୍ରତିବାଦ ଶୋଭାଯାତ୍ରା . ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା କର୍ମୀ ନୂଆ ବସଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରୁ ଏକ ବିରାଟ ଶୋଭାଯାତ୍ରାରେ ନେତା ଓ କର୍ମୀମାନେ ପ୍ଲାକାର୍ଡ଼ ଧରି ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରି ସହର ପରିକ୍ରମା କରିଥିଲେ । ଅନ୍ୟ ପକ୍ଷରେ ଓଡ଼ିଶାରେ ଏହି ଭଳି 5300 ଶିଶୁ ଅଘଟଣ ର ଶିକାର ହୋଇଛନ୍ତି ଏବଂ ଏନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହେଉଛି . ତେବେ କ୍ଵଚିତ ଘଟଣାକୁ ଛାଡି ଅନ୍ୟ ମାମଲାରେ ନ୍ୟାୟ ମିଳୁନାହିଁ । ପରୀ ଘଟଣାରେ ନ୍ୟାୟ ପାଇଁ ବିଧାନସଭା ରେ ପ୍ରଶ୍ନ ଆଲୋଚନା ସତ୍ତ୍ୱେ ରାଜ୍ୟ ସରକାର ଏହାକୁ ଏଡାଇ ଦେବା ଆଳରେ 40 ଦିନ ଧରି ଚାଲିଥିବା ବିଧାନସଭା ଅଧିବେଶନକୁ ମାତ୍ର ଦଶ ଦିନରେ ବନ୍ଦ କରି ଦେଲେ । ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଧାୟକ କେ.ନାରାୟଣ ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ନଗର ସଭାପତି ଜମଦାର ପଟ୍ଟନାୟକ, ସି.ଏଚ ସୀମାଦ୍ରୀ, ଜଗନ୍ନାଥ ମହାପାତ୍ର, ଶ୍ୟାମ ପାଣିଗ୍ରାହୀ, ଅରୁଣୀମା ସାହୁ, ବାବୁନା ବେହେରା, ସିଦ୍ଧେଶ୍ଵର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଜି ଶ୍ରୀଧର ନାଇଡୁ, ନୃସିଂହ ଚରଣ ପଟ୍ଟନାୟକ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

Exit mobile version