Site icon Awaj Media

ଗଜପତି ଜିଲ୍ଲା ଗୁମ୍ମା ତହସିଲରେ ପଟ୍ଟା ବଣ୍ଟନ ମେଳା

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ତହସିଲରେ ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ସାସଂଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଥିବା ବେଳେ ସମାନୀୟ ଅତିଥି ଭାବେ ବିଧାୟକ କେ.ନାରାୟଣ ରାଓ ,ଜିଲାପାଳ ଅନୁପମ ଶାହା, ଉପ ଜିଲ୍ଲାପାଳ ସଂଗ୍ରାମ ପଣ୍ଡା, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ବିଡ଼ିଓ ନଟବର ଗରଡ଼ା ଉପସ୍ଥିତ ରହି ବଡ଼କଳାକୋଟ ପଂଚାୟତର କୁଲଙ୍ଗ ଗ୍ରାମ ୪୩ଜଣ ଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ତହସିଲଦାର ଚିତ୍ତରଞ୍ଜନ ଦାସ ପରିଚାଳନା କରିଥିଲେ । ସୂଚନା ଥାଉକି ଗତ ବର୍ଷ ଲଗାଣ ବର୍ଷା ଯୋଗୁଁ ପର୍ବତ ଧସେଇ ହୋଇ କୁଲଙ୍ଗ ଗ୍ରାମରେ ବହୁତ କ୍ଷୟକ୍ଷତି ହୋଇଥିଲା । ଉକ୍ତ ସମୟରେ ଆଦିବାସୀ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ସାସଂଦ ଶ୍ରୀ ସାହୁ ବହୁ ମାନ୍ୟଗଣ ବ୍ୟକ୍ତି ଯାଇ ସହାୟତା ଯୋଗାଇ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇ ସଙ୍ଗେ ସଙ୍ଗେ କ୍ଷତିପୁରଣ ସହ ଘର କରିବା ପାଇଁ କର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଆଜି ସେମାନଙ୍କୁ ଗୁମ୍ମା ବ୍ଲକ ର ସମତଳ ଭୂମି ର ପଟ୍ଟା ବଣ୍ଟନ କରିଥିଲେ ।

Exit mobile version