Site icon Awaj Media

ଗଦାଧର ପୀଠ ଗମନାଗମନର ଉନ୍ନତିକରଣ ପାଇଁ ଆମରଣ ଅନଶନ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଗଦାଧର ପୀଠ ଗମନାଗମନର ଉନ୍ନତିକରଣ ପାଇଁ ଆମରଣ ଅନଶନ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ନିକଟସ୍ଥ ଗଦାଧର ପୀଠ ଦୀର୍ଘ ବର୍ଷ ରୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇସାରିଥିବା ପରେ ବି ଏହି ପୀଠକୁ ଗମନାଗମନର ସୁବିଧା ହୋଇ ପାରିନାହିଁ । ଯେଉଁଥିପାଇଁ ପୀଠକୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରମୁଖ ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନକୁ ବହୁବାର ଅବଗତ କରାଇବା ପରେ ବି ଫଳ ଶୂନ୍ ହେଉଥିବା କାରଣରୁ ଆଜି ସେହି ସ୍ଥଳରେ ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କ ସହ ଗଦାଧର କମିଟିର ସଦସ୍ୟ ମାନେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଅନଶନ ରେ ବସିବା ପରେ ଧାରଣା ସ୍ଥଳରେ ପହଞ୍ଚି ଥିଲେ ବିଭାଗୀୟ ଅଧିକାରୀ ମାନେ, ଏବଂ ଉପସ୍ଥିତ ଧାରଣାରତ ସଦସ୍ୟମାନଙ୍କ ସହ ବେଶ୍ କିଛି ସମୟ ଆଲୋଚନା ପରେ ସେମାନଙ୍କ ଦାବି ମୁତାବକ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଅନଶନ ପ୍ରତ୍ୟାହାର ପାଇଁ ନିବେଦନ କରିବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଶହ ଶହ ବର୍ଷ ର ଏହି ପୀଠକୁ ଗମନାଗମନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳ ରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ , ବିଭାଗୀୟ ଅଧିକାରୀ ଦେଇଥିବା ପ୍ରତିଶୃତି କେମିତି ଭାବରେ ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Exit mobile version