Site icon Awaj Media

ଗ୍ରାମପଞ୍ଚାୟତ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ !!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୁରୁଣା ଭୁବନେଶ୍ୱର ସ୍ଥିତ ଡାଲମିଆ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି . ରାଜ୍ୟର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ, ରାତ୍ର ଜଗୁଆଳ ଏବଂ ଝାଡୁଦାର ଭାବରେ କାମ କରୁଥିବା କର୍ମଚାରୀ ମାନେ ଦୀର୍ଘ ଦିନ ଧରି ସ୍ଥାୟୀ ନିଯୁକ୍ତି ଏବଂ ନିୟମିତ ଦରମା ପାଇଁ ଆନ୍ଦୋଳନ କରୁଥିଲେ ସୁଦ୍ଧା ସରକାର ସେମାନଙ୍କର ଦାବୀ ପ୍ରତି ଧ୍ୟାନ ଦେଉନଥିବାରୁ ବୈଠକରେ ସରକାରଙ୍କ କର୍ମଚାରୀ ମାରଣ ନୀତିକୁ ସମାଲୋଚନା କରିଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ରାଜ୍ୟ କମିଟିର ସଦସ୍ୟମାନେ . ସଂଘର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପାଖାପାଖି ପଚିଶି ଟି ଜିଲ୍ଲାର ପ୍ରତିନିଧି ଉପସ୍ଥିତ ରହିଥିଲେ . ସଂଘର ଦାବୀ ପୂରଣ ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକଲେ ସଂଘ ତରଫରୁ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଆନ୍ଦୋଳନ ଚାଲୁ ରହିବା ସହିତ ସମସ୍ତ ପଂଚାୟତ କାର୍ଯ୍ୟାଳୟକୁ ସ୍ଥାଣୁ କରିଦିଆ ଯିବ ବୋଲି ଚେତାବନୀ ଦେଇଛନ୍ତି ସଦସ୍ୟମାନେ . ସୂଚନାଯୋଗ୍ୟ , ନିମାପଡା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ସମୀର ରଞ୍ଜନ ଦାସ ସଂଘର ରାଜ୍ୟ ସଭାପତି ପଦବୀରେ ଥିବା ବେଳେ ସଂଘର ଦାବୀ ପ୍ରତି ସରକାର କିମ୍ବା ବିଭାଗ କର୍ଣ୍ଣପାତ କରୁନାହାନ୍ତି .

Exit mobile version