Site icon Awaj Media

ସାନ୍ତାଳୀ ଭାଷା ଦିବସ ପାଳିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିଳାଦ୍ରୀ ବିହାର ସ୍ଥିତ ଗୋଷ୍ଠୀ କେନ୍ଦ୍ରରେ ପାଳିତ ହୋଇଯାଇଛି ସାନ୍ତାଳୀ ଭାଷା ଦିବସ । ଜାର୍ପାର ସଭାପତି କାରୁ ମୁର୍ମୁଙ୍କ ଦ୍ୱାରା ସଂଘର ପତାକା ଉତ୍ତୋଳନ ପୂର୍ବକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସାନ୍ତାଳୀ ଭାଷା ସାହିତ୍ୟର ବିକାଶ ପାଇଁ କିପରି ଉଦ୍ୟମ କରିବା ଏବଂ ଏଥିପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉପରେ ସଭାପତି ଆଲୋକପାତ କରିଥିଲେ ।୧୯୭୫ ମସିହାରେ ଆଜିର ଦିନରେହିଁ ଜାର୍ପା ସଂଘ ମଧ୍ୟ ପଞ୍ଜିକୃତ ହୋଇଥିଲା ଏବଂ ଏହି ଦିନରେ ସାନ୍ତାଳପ୍ରଗଣା ରାଜ୍ୟର ଘୋଷଣା ମଧ୍ୟ କରାଯାଇଥିଲା । ସଂଘର ପୂର୍ବତନ ସମ୍ପାଦକ ଗୋପାଳ ବେଶ୍ରା ଜାର୍ପା ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ । ସଂଘର ସମ୍ପାଦକ ମନୋଜ ମାର୍ଣ୍ଡି ବାର୍ଷିକ ବିବରଣି ପଠନ ପୂର୍ବକ ଆଗାମୀ ଦିନର କାର୍ଯ୍ୟକ୍ରମ ସୂଚାଇ ଥିଲେ । ରାଉତରାୟ ମୁର୍ମୁ ସାନ୍ତାଳୀ ଭାଷା ସାହିତ୍ୟ ବିକାଶ ଦିଗରେ ଉଚିତ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ । ପୂଜକ ଧାମା ମାଝୀଙ୍କ ସମେତ ଉପସଭାପତି ଶ୍ରୀମତୀ ରୁକ୍ମଣୀ, ରାଣୀ, ଲକ୍ଷ୍ମୀ, ରବି, ମହେନ୍ଦ୍ର, ଜ୍ଞାନେନ୍ଦ୍ର, ଦାଶରଥି, କେସିନ, ଡୁମକା, ଶତ୍ରୁଘ୍ନ, ରାମ, ବାଇଜୁ ପ୍ରମୁଖ ଉପସ୍ଥିତ ଥିଲେ। ସହ ସମ୍ପାଦକ ଶ୍ରୀ ସୂନାରାମ ହେମ୍ବ୍ରମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version