Site icon Awaj Media

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଦିନିକିଆ ପନିପରିବା ଚାଷ ତାଲିମ ଶିବିର

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଫେରେନ୍ସ ହଲ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଏକ ଦିନିକିଆ ପନିପରିବା ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଛନ୍ତି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କେ.ସୁଦର୍ଶନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସହକାରୀ ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର, ଅନ୍ୟତମ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ , ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଓଡ଼ିଶା ଜୀବିକାମିଶନ ପ୍ରୋଜେକ୍ଟ ମ୍ୟାନେଜର ପ୍ରିୟମ୍ବଦା ବିଷୋୟୀ, DSWO ପ୍ରୋଗ୍ରାମ କୋଡିନେଟର ପ୍ରମୁଖ ମଞ୍ଚାସିନ ଥିଲେ । ଗୁମ୍ମା ଓ କାଶୀନଗର ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସଂପାଦକ 32 ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି । ଯାହା ଫଳରେ ସେମାନେ ବାଡ଼ି ବଗିଚାରେ ପନିପରିବା ଚାଷ କରି ନିଜେ ପନି ପରିବା ବ୍ୟବହାର କରିବା ସହ ଅଧିକା ଉତ୍ପାଦନ ହେଲେ ବଜାରରେ ବିକ୍ରୀ କରି ଦୁଇ ପଇସା ରୋଜଗାର କରିବା ସହ ଆତ୍ମ ନିର୍ଭରଶୀଳ ହୋଇ ସେମାନଙ୍କର ସାମାଜିକ ଅର୍ଥନୈତିକ ବୃଦ୍ଧି ହେବା ସହ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ . ସେମାନଙ୍କ ର ଜୀବନ ଜୀବିକା ଉନ୍ନତ ମାନର ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୋହନା ବ୍ଳକର ସହକାରୀ ଉଦ୍ୟାନ ଅଧିକାରୀ ଅନୀଲ କୁମାର ସେଠୀ ଓ ଗୋଶାଣୀର ସହକାରୀ ଉଦ୍ୟାନ ଅଧିକାରୀ ପୁଷ୍ପମିତା ଶବରଙ୍କ ସହ ଉଦ୍ୟାନ ବିଭାଗର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ମିଶନ ଶକ୍ତି ଆନୁକୂଲ୍ୟରେ ଓ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ।

Exit mobile version