Site icon Awaj Media

ଗୋଶାଣି ଓ ରାୟଗଡ ବ୍ଳକର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପନିପରିବା ଚାଷ ତାଲିମ ଶିବିର

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଫେରେନ୍ସ ହଲ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ପନିପରିବା ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ପ୍ରଦୀପ ପ୍ରଜ୍ଜଳନ କରି ଶୁଭ ଉଦଘାଟନ କରିଛନ୍ତି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କେ.ସୁଦର୍ଶନ . ସହକାରୀ ଉପ-ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ପ୍ରଶାନ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜଳ ବିଭାଜିକାର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଦର୍ଶନ ସାହୁ, ମୋହନା ସହକାରୀ ଉଦ୍ୟାନ ଅଧିକାରୀ ଅନୀଲ କୁମାର ସେଠୀ, କୃଷି ବୈଜ୍ଞାନିକ ସଞ୍ଜୀବ କୁମାର, ଗୋଶାଣି ବ୍ଲକର ସହକାରୀ ଉଦ୍ୟାନ ଅଧିକାରୀ ପୁଷ୍ପମିତା ଶବର ପ୍ରମୂଖ ଯୋଗଦାନ କରିଥିଲେ । ବ୍ଳକର 16ଟି ସ୍ୱୟଂ ସହାୟକ ଗୋଷ୍ଠୀର 32 ଜଣ ସଭ୍ୟାଙ୍କୁ ତାଲିମ ପ୍ରଦାନ କରାଯାଇଛି । ଯାହା ଫଳରେ ସେମାନେ ବାଡ଼ି ବଗିଚାରେ ପନିପରିବା ଚାଷ କରି ନିଜେ ପନି ପରିବା ବ୍ୟବହାର କରିବା ସହ ଅଧିକା ଉତ୍ପାଦନ ହେଲେ ବଜାର ରେ ବିକ୍ରୀ କରି ଦୁଇ ପଇସା ରୋଜଗାର କରିବା ସହ ଆତ୍ମ ନିର୍ଭରଶୀଳ ହୋଇପାରିବେ . ସେମାନଙ୍କର ସାମାଜିକ ଅର୍ଥନୈତିକ ବୃଦ୍ଧି ହେବା ସହ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ଏବଂ ସେମାନଙ୍କର ଜୀବନ ଜୀବିକା ଉନ୍ନତ ମାନର ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଦ୍ୟାନ ବିଭାଗର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ମିଶନ ଶକ୍ତି ଆନୁକୂଲ୍ୟରେ ଓ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ।

Exit mobile version