Site icon Awaj Media

“ଦିଶା” ତରଫରୁ ସାମାଜିକ ଗଣମାଧ୍ୟମ ସମ୍ମାନ-୨୦୨୦ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍କଳ ସାମ୍ବାଦିକ ଭବନର ସମ୍ମିଳନୀ କକ୍ଷରେ ସାମାଜିକ ଅନୁଷ୍ଠାନ “ଦିଶା” ତରଫରୁ ସାମାଜିକ ଗଣମାଧ୍ୟମ ସମ୍ମାନ-୨୦୨୦ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୁଷଣ କର, ଓଡ଼ିଶା ମୋ ପରିବାର ସଦସ୍ୟା ମୀରା ପରିଡ଼ା, ଡୁଡୁନ୍ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ଡଃ ବନ୍ଦନା ହରିଚନ୍ଦନ । ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ପ୍ରତିନିଧି ଅଶ୍ଵିନୀ କୁମାର ଦେବତା ଙ୍କୁ ଜନ ସଚେତନତା ଓ ସାମ୍ବାଦିକତା ପାଇଁ ଫେସବୁକ ଆଇକନ୍ ଆୱାର୍ଡ଼-୨୦୨୦ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଏହି ସଭାରେ ନଟିଆର ଭଏସ୍ ଦେଉଥିବା ସୃତିରଞନ ସାହୁଙ୍କର ନଟିଆ ଓ ଗାଣ୍ଡୁର ସ୍ୱର ସମସ୍ତ ଙ୍କୁ ବିମୋହିତ କରିଥିଲା । ଏଥିରେ ସୃତିରଞନ ସାହୁ, ଆଧ୍ୟାତ୍ମିକ ପ୍ରବଚକ ଡଃ ଆଦିତ୍ୟ ପାଢୀ, ମୋନାଲିସା ରଥ ତଥା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ସଭା ପରିଚାଳନା କରିଥିଲେ ଓଡ଼ିଶା ସମାଜସେବୀ ମହାସଂଘ ର ସଭାପତି ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଓଝା ।

Exit mobile version