Site icon Awaj Media

ଗୁମ୍ମାରେ କଂଗ୍ରେସର ଜନସମ୍ପର୍କ ଯାତ୍ରା ଓ ବନ୍ଧୁ ମିଳନ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ବଡଦିନ ରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ରେ ବରିଷ୍ଠ କଂଗ୍ରେସ ନେତା ଭି.ଚନ୍ଦ୍ରଶେଖର ନାଇଡୁ ଙ୍କ ଆବାହକତ୍ୱରେ ଜଣ ସମ୍ପର୍କ ଯାତ୍ରା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି . ଟି.ଉକୁରା ଚର୍ଚରେ ପ୍ରଥମେ କେକ କାଟି ସମସ୍ତଙ୍କୁ ବଡ ଦିନର ଅଭିନନ୍ଦନ ଜଣାଇ ଗସ୍ତର ଶୁଭାରମ୍ଭ କରିଥିଲେ.ଏହା ପରେ ପରେ ଶ୍ରୀ ନାଇଡୁ କୁଢାମ, ରାଗିଡି, ଡୁମ୍ବାଡା, ତାମେଇଗରଜା, ସାରୁବୁଡା, ବଡକଳାକୋଟ, ତୁମକର ପ୍ରଭୁତି ଚର୍ଚରେ କେକ କାଟି ଥିଲେ.ଏହି ଅବସରରେ ସାରୁବୁଡା-ଲାବସିଂ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀ ଶ୍ରୀ ନାଇଡୁ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ. ସେହିଭଳି ସ୍ଥାନୀୟ ଲୋକମାନଙ୍କ ଅସୁବିଧାକୁ ଦେଖି ଖୁବ ଶୀଘ୍ର ସ୍ଥାନୀୟ ଅଂଚଳରେ ବିଏସଏନଏଲ ଟାୱାର ନିର୍ମାଣ ନେଇ ସେ ଦିଲ୍ଲୀରେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ. ଏହି ଅବସରରେ ତୁମକର ଗ୍ରାମକୁ ଯାଇ ଗଜପତି ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଦିବଂଗତ କିତ୍ତନ ଶବରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ଗୁମ୍ମା ବ୍ଲକର ଯୁବନେତା ତଥା ବିଜେପି ଯୁବ ମୋର୍ଚ୍ଚ ସଭାପତି ମାନତ ଶବର ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି. ଏହି ସବୁ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ୍ ର ଉପାଧ୍ୟାକ୍ଷା ଗିତା ଭୂୟାଁ, ପୂର୍ବତନ ବ୍ଲକ୍ ଉପଧକ୍ଷ, ଗଜପତି ଜିଲ୍ଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ମନୋଜ ସାହୁ, ଲଳିତା ଶବର, ପରେଶ ରଇତ, ଅବିୟ ରଇତ, ଯିଶି ଗମାଂଗ, ପ୍ରଶାନ୍ତ ଶବର, ସିମିଅ ଶବର, ପ୍ରଦୀପ ରଇତ, ଆପଲ ଗମାଂଗ, ଶିବରାମ ପାତ୍ର, ବୃନ୍ଦାବନ ଖଟେଇ, କିଶୋର କପୁର, ପତିତ ଗନ୍ତାୟତ, ତତସତ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ .

Exit mobile version