Site icon Awaj Media

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ 96 ତମ ଜୟନ୍ତୀ ପାଳିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ 96 ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଜେପି ନଗର ସଭାପତି ଜାମାଦାର ପଟ୍ଟନାୟକ, କାଶୀନଗର ବ୍ଳକଅଧ୍ୟକ୍ଷ ସିଏଚ ସୀମାଦ୍ରୀ, ନୃସିଂହ ଚରଣ ପଟ୍ଟନାୟକ, ବିଜେପି ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତଃ ବାଜପେୟୀଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ପୁଷ୍ପ ମାଲ୍ୟାର୍ପଣ କରି ଶ୍ରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ କୋଭିଡ଼ ନିୟମ ଅନୁଯାୟୀ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ନିରାଡ଼ମ୍ବର ଭାବେ ଦଳୀୟ ନେତା ଓ କର୍ମୀ ଙ୍କ ଦ୍ଵାରା ସଂପାଦନ ହୋଇଥିଲା ।

Exit mobile version