Site icon Awaj Media

ନୂଆଗାଁ ଭାଟସାହି ଗ୍ରାମରେ କରୋନା ଚି଼ହ୍ନଟ ପରୀକ୍ଷଣ ଶିବିର !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମ ପଞ୍ଚାୟତର ଭାଟସାହି ଗ୍ରାମ ରେ କରୋନା ଚି଼ହ୍ନଟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି. ଏଥିରେ ଭାଟସାହି ଗ୍ରାମର ସମସ୍ତ ଜନସାଧାରଣ ଯୋଗ ଦେଇଥିଲେ .ଗ୍ରାମର 200 ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ. ସୂଚନା ଯୋଗ୍ୟ ଯେ କୋଭିଡ ପରୀକ୍ଷଣରେ ସମସ୍ତ ବ୍ୟକ୍ତିଙ୍କର ରିପୋର୍ଟ ନେଗେଟିଭ ଆସିଅଛି . ଏହି କାର୍ଯ୍ୟକ୍ରମ ରେ ଡାକ୍ତରୀ ଟିମ ସହ ହରିପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ସ୍ୱପ୍ନାରଣୀ ମହାପାତ୍ର. ଭାଟସାହି ଗ୍ରାମର ଅଙ୍ଗନବାଡି କର୍ମୀ ସୁଚିତ୍ରା ନାୟକ, ଆଶା କର୍ମୀ ପୁଷ୍ପଲତା ବେହେରା, ସଭାପତି ଶରତ ନାୟକ, ଗ୍ରାମର ସମସ୍ତ ସାମାଜିକ କର୍ମୀ ଉପସ୍ଥିତ ଥିଲେ . ପ୍ରଶାସନ ର ଏପରି ସ୍ୱାସ୍ଥ୍ୟ ପରୀକ୍ଷଣ କାର୍ଯ୍ୟକ୍ରମ କୁ ସ୍ୱାଗତ କରିଥିଲେ ଗ୍ରାମବାସୀ .

Exit mobile version