Site icon Awaj Media

ପାଟକୁରାରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପାଟକୁରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ର ୨୪ତମ ପ୍ରତିଷ୍ଠା ଦିବସ କରିଲୋପାଟଣା ଦୂର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି . ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୋଦ ରଥ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ, ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ, ଡେରାବିଶ ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ ,ଗରଦପୁର ବ୍ଲକ ସଭାପତି ଶଶାଙ୍କ ପରିଡ଼ା , ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟା ଗିତାଞ୍ଜଳି ସେଠୀ, କରିଲୋପାଟଣା ବିଜେଡ଼ି ସଭାପତି ଦୀପକ କୁମାର ରାଉତରାୟ, ବରିଷ୍ଠ ନେତା କେଦାର ସାମନ୍ତରାୟ ,ଅରକ୍ଷିତ ସାମନ୍ତରାୟ, ସରପଞ୍ଚ ସୁକାନ୍ତ କୁମାର ସାହୁ ,ଏବଂ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ, ବେଦୁବାବୁ ଙ୍କର ଅଧୁରା ସ୍ୱପ୍ନ କୁ ସମସ୍ତ କର୍ମକର୍ତ୍ତା ମାନେ କେମିତି ଏକାଠି ହୋଇ ପୁରା କରିବା ସହିତ ବିଜୁ ଜନତା ଦଳ କୁ କେମିତି ସୁଦୃଢ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ମୂଳକ କାମକୁ ଲୋକଙ୍କ ପାଖରେ ପହଞ୍ଚିବ ବିଧାୟିକା ତାଙ୍କ ଅଭିଭାଷଣରେ କହିଥିଲେ ।

Exit mobile version