Site icon Awaj Media

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଥୁଆପଦର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଘରେ ଭିଜିଲାନ୍ସ ଚଡଉ।

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରାମ ଛତ୍ରୀଆ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ଵର ନାଏକ ଙ୍କ ଘରେ ଭିଜିଲାନ୍ସ ବିଭାଗର ଚଡଉ।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆପଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକ ଙ୍କ ବାସଭବନ ଭବାନୀପାଟଣା ଗୋଦାମ ଗୃହ ପଡା,ଥୁଆପଦାର ପଂଚାୟତ କାର୍ଯ୍ୟାଳୟ ସମେତ ନିଜ ପିତୃକ ଗାଁ କଲମପୁର ବ୍ଳକ ଭେଳା ଗାଁ ରେ ଏକାକାଳୀନ ଚଡଉ। ନବରଙ୍ଗପୁର ଭିଜିଲାନ୍ସ ଟିମ ନେତୃତ୍ୱରେ ରାୟଗଡା ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକ,ଭବାନୀପାଟଣା ଭିଜିଲାନ୍ସ ଇନିସ୍ପେକ୍ଟର ପ୍ରମିଳା ସୁନା, ଜୟପୁର ଭିଜିଲାନ୍ସ ଇନିସ୍ପେକ୍ଟର ବି.କେ ରାୟ ଓ ପିବାଲି ସାମିଲ ଥିଲେ।

Exit mobile version