Site icon Awaj Media

ଦାନଗଦି ବ୍ଲକ ସମ୍ମୁଖରେ ସୁକିନ୍ଦା ବିଜେପିର ବିକ୍ଷୋଭ !!

Spread the love

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ .କେନ୍ଦ୍ରରୁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ରାଜ୍ୟ ସରକାର ବିଜୁ ପକାଘର ନାମରେ ନାମିତ କରୁଥିବା ଦୁର୍ନୀତି ବିରୁଦ୍ଧରେ ଦାନଗଦି ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା. ସୁକିନ୍ଦା ବିଜେପି ବିଧାୟକ ପାର୍ଥି ଡ.ପ୍ରଦୀପ ବଳ ସାମନ୍ତଙ୍କ ନେତୃତ୍ୱରେ ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ଏବଂ ଦାନଗଦି ବ୍ଲକ ର ବରିଷ୍ଠ ବିଜେପି ନେତା ପ୍ରଶାନ୍ତ ରାୟ, ଦାନଗଦି ବ୍ଲକର ଉପାଦକ୍ଷ ସୁଧାଂଶୁ ଶେଖର ଭଞ୍ଜ , ପୂର୍ବତନ ଜିଲ୍ଲା ପରିଷଦ ପ୍ରତାପ ଚନ୍ଦ୍ର ଧିର, ହଳଧର ନାୟକ, ସଞ୍ଜୟ ମହାନ୍ତି, ଦାନଗଦି ବ୍ଲକ ର ଦକ୍ଷ ସଂଗଠନ ଏବଂ ଯୁବନେତା ପିନୁ ସାମଲ ବିକ୍ଷୋଭରେ ସାମିଲ ହୋଇଥିଲେ . ବିଜେପି ନେତା ଡ.ପ୍ରଦୀପ ବଳ ସାମନ୍ତଙ୍କ ନେତୃତ୍ବରେ ଦାନଗଦି ମିଲିଟାରୀ ଛକ ଠାରୁ ପଦ ଯାତ୍ରା କରି ଦାନଗଦି ବ୍ଲକ ଗେଟ ସମ୍ମୁଖରେ ବିଜେପି କର୍ମୀମାନେ ପହଞ୍ଚି କୋଭିଡ ନିୟମ କୁ ପାଳନ କରି ଗଣଧାରଣା ଦେଇଥିଲେ .

Exit mobile version