Site icon Awaj Media

ସ୍ୱର୍ଗତ ସୁକାନ୍ତ ଚରଣ ବେହେରାଙ୍କୁ ସମର୍ପଣ ପରିବାର ତରଫରୁ ଶ୍ରଦ୍ଧା ସୁମନ !!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସ୍ୱର୍ଗତ ସୁକାନ୍ତ ଚରଣ ବେହେରାଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରିଛି ସମର୍ପଣ ପରିବାର . କଟକ, ନୂଆବଜାର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦିବଂଗତ ସୁକାନ୍ତ ଚରଣ ବେହେରା (ଶ୍ରୀରାମ ଲୀଳା ପ୍ରଚାର ପ୍ରସାର ଦିଗରେ ନିଜକୁ ସମର୍ପିତ କରିଥିବା ବ୍ୟକ୍ତି) ଙ୍କ ଉଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା I ଚିରଞ୍ଜିବି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମର୍ପଣ ପରିବାର ର ମୁଖ୍ୟ ଉପଦେଷ୍ଠା ଚକ୍ରଧର ମହାରଣା, ଅଭିରାମ ବେହେରା, କାର୍ଯ୍ୟକାରୀ ସଭାପତି ଭାଗ୍ୟରଥୀ ବେହେରା, ସମ୍ପାଦକ ତୀର୍ଥବାସୀ ବେହେରା, ସାଂସ୍କୃତିକ ସମ୍ପାଦକ ଚକ୍ରଧର ବେହେରା, କର୍ମକର୍ତ୍ତା ରବୀନ୍ଦ୍ର ନାଥ ମହାରଣା, ରମେଶ ଓଝା, ଘନଶ୍ୟାମ ବେହେରା, ବିଜୟ ସାହୁ, କିଶୋର ମହାନ୍ତି, ରବୀନ୍ଦ୍ର ନାୟକ, ବିଶ୍ୱରଞ୍ଜନ ବେହେରା, ବିସୁ ପ୍ରାମାଣିକ, ଜିତେନ୍ଦ୍ର ବିଶ୍ୱାଳ ଏବଂ କଟକ ଅଞ୍ଚଳର ବିଭିନ୍ନ ଶ୍ରୀରାମ ଲୀଳା ସମିତିର କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗୀୟ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ I

Exit mobile version