Site icon Awaj Media

ଖୁବ ଶୀଘ୍ର ହେବ ପାରିପାର୍ଶ୍ଵିକ ଉନ୍ନତି : ରତ୍ନଗିରି ଗୁମ୍ଫା ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରତ୍ନଗିରି ଗୁମ୍ଫା ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ଏହା ସହ ନୂଆଗାଁ ବ୍ଲକ ଡେଙ୍ଗାବାରି ଓ ଭଣ୍ଡାରୀବାରି ଅଞ୍ଚଳରେ ବାସ କରୁଥିବା ଆଦିବାସୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଗ୍ରାମକୁ ଯିବାଆସିବା ପାଇଁ ରାସ୍ତାଟିଏ ନଥିବାରୁ ଗ୍ରାମବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏପରିକି ସାମାନ୍ୟ ବର୍ଷା ହେଲେ ଘରୁ ବାହାରିବା ସମ୍ଭବ ହୁଏନାହିଁ । କେବେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ . ବିକଳ୍ପ ବ୍ୟବସ୍ଥା ଭାବରେ ରୋଗୀକୁ ଖଟିଆରେ ବୁହା ହେବାକୁ ପଡେ । ଗ୍ରାମକୁ ପକା ରାସ୍ତା ଟିଏ ନିର୍ମାଣ କରିବାପାଇଁ ଗ୍ରାମବାସୀ ବିଧାୟକ ଙ୍କ ନିକଟରେ ଦାବି ରଖିଥିଲେ । ରତାଦେଇ କ୍ରିୟାନୁଷ୍ଠାନ କମିଟିର ସଭାପତି ସଞ୍ଜିବ କୁମାର ଡାକୁଆ ପ୍ରତିକ୍ରିୟା ଦେଇ କହିଛନ୍ତି ବିଧାୟକ ଅତିଶିଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାସ୍ତା କାର୍ଯ୍ୟ ହୋଇଗଲେ ବହୁ ପର୍ଯ୍ୟଟକ ରତ୍ନଗିରି ର ଦୃଶ୍ୟ ଦେଖିପାରିବେ ଏବଂ ଅଞ୍ଚଳବାସୀଙ୍କର ଉନ୍ନତି ହୋଇପାରିବ । ବିଧାୟକ ଶ୍ରୀ ବେହେରା ରତ୍ନଗିରି ଗୁମ୍ଫା ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା ମଧ୍ୟଭାଗରେ ଥିବାରୁ ପ୍ରଶାସନିକ ସ୍ତରରେ ଅତିଶୀଘ୍ର ଆଲୋଚନା କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଏଠାକୁ ପର୍ଯ୍ୟଟକ ମାନେ ଆସି କିପରି ବଣଭୋଜି ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ପର୍ଯ୍ୟଟନ ସ୍ଥଳୀର ଆନନ୍ଦ ନେଇପାରିବେ ସେ ସମ୍ପର୍କରେ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ବେହେରା ଙ୍କ ଏହି ଗସ୍ତ ସମୟରେ ନୂଆଗାଁ ବ୍ଳକର ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କ ସହିତ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version