Site icon Awaj Media

ଓୟୁଜେ ଭବନରେ ଶଙ୍କର ପ୍ରସାଦ ମିଶ୍ରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଦିବଂଗତ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କୁ ଓୟୁଜେ ଭବନରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କଲେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ର ସଦସ୍ୟ . ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଓୟୁଜେ ର ପୂର୍ବତନ ସଭାପତି ଶଙ୍କର ପ୍ରସାଦ ମିଶ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ଓୟୁଜେ ତରଫରୁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ସମେତ ରାଜ୍ୟ କାର୍ଯ୍ୟାଳୟରେ ଶୋକସଭାର ଆୟୋଜନ କରାଯାଇଛି . ଭୁବନେଶ୍ୱର ସ୍ଥିତ ଓୟୁଜେ ଭବନରେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି ସ୍ମୃତି ସଭାରେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ , ଭୁବନେଶ୍ୱର ଶାଖାର ସଦସ୍ୟ , କଟକ ଜିଲ୍ଲା ୟୁନିଅନ , ପୁରୀ ଜିଲ୍ଲା ୟୁନିଅନ ଏବଂ ଖୋର୍ଦ୍ଧା ଜିଲ୍ଲା ୟୁନିଅନ ର ସଦସ୍ୟ ଉପସ୍ଥିତ ରହିଥିଲେ . ସ୍ୱର୍ଗତ ମିଶ୍ରଙ୍କର ଅମର ଆତ୍ମାର ସଦଗତି କାମନା ସହ ଦୀପ ପ୍ରଜ୍ଜ୍ୱଳନ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା . ସଂଘର ଦ୍ୱିବାର୍ଷିକ ଉତ୍ସବରେ ସ୍ୱର୍ଗତ ମିଶ୍ରଙ୍କର ସ୍ମୃତି ଉଦ୍ଦେଶ୍ୟରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନ ପ୍ରଦାନ ପାଇଁ ସ୍ଥିର କରାଯାଇଛି . ଅନୁଷ୍ଠାନ ପରିସରରେ ନବ ନିର୍ମିତ ସ୍ମୃତି ଭବନ ଭିତରେ ଶଙ୍କର ପ୍ରସାଦ ମିଶ୍ରଙ୍କ ସମେତ ଓୟୁଜେ ଗଠନରେ ଅବଦାନ ଥିବା ସମସ୍ତ ଦିବଂଗତ ପ୍ରତିଭା ମାନଙ୍କର ତୈଳଚିତ୍ର ସ୍ଥାନିତ କରାଯିବାକୁ ଯୋଜନା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି . ଉପସ୍ଥିତ ସମସ୍ତ ସଦସ୍ୟ ଦିବଂଗତ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କର ସ୍ମୃତି ଚରଣ କରିବା ସହିତ ତାଙ୍କର ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି .

Exit mobile version