ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ବିଶ୍ଵମ୍ବର ବିଦ୍ୟାପୀଠ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ, ବିଶିଷ୍ଟ ଶିକ୍ଷାବିତ୍, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦିବାକର ତ୍ରିପାଠୀ ଙ୍କର 85 ବର୍ଷ ବୟସରେ ଆଜି ସକାଳ 6.15 ମିନିଟ୍ ସମୟରେ ପରଲୋକ ହୋଇଛି l ଆଦର୍ଶ ଶିକ୍ଷକ ଦିବାକର ତ୍ରିପାଠୀ ପୁରୀ ରାମକୃଷ୍ଣ ମିଶନ, ପୁରୀ ପୁସ୍ତକ ମେଳା ସମେତ ବହୁ ଅନୁଷ୍ଠାନ ର ସଭ୍ୟ ସହ କାର୍ଯ୍ୟ ନିର୍ବାହୀ ଭାବେ ଦାୟିତ୍ଵ ତୁଲାଇଥିଲେ l ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ବଡ଼ପୁଅ ବିଶିଷ୍ଟ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ, ବଡ଼ ଝିଅ ଡ.ରାଜଶ୍ରୀ ତ୍ରିପାଠୀ (ଭେଷଜ ବିଜ୍ଞାନ ପ୍ରଫେସର), ମଝିଆ ଝିଅ ଜୟଶ୍ରୀ ତ୍ରିପାଠୀ (ଅତିରିକ୍ତ ଶାସନ ସଚିବ) ଓଡି଼ଶା ସରକାର, ସାନ ପୁଅ ପ୍ରଜ୍ଞାନନ୍ଦ ତ୍ରିପାଠୀ ଉପସ୍ଥିତ ରହିଥିଲେ . ସ୍ୱର୍ଗତ ତ୍ରିପାଠୀଙ୍କ ସାନ ଝିଅ ଆମେରିକା ରେ ଅବସ୍ଥାପିତ l ସମସ୍ତ ଙ୍କ ଗହଣରେ ତାଙ୍କ ଭୁବନେଶ୍ୱର ସ୍ଥିତ କେଦାର ଗୌରୀ ଆପାର୍ଟମେଣ୍ଟ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି l ଦିବାକର ତ୍ରିପାଠୀଙ୍କ ଇହଲୀଳା ତ୍ୟାଗ ସମ୍ପର୍କରେ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି .
ପରଲୋକରେ ଆଦର୍ଶ ଶିକ୍ଷକ ଦିବାକର ତ୍ରିପାଠୀ

