Site icon Awaj Media

ଶ୍ରମିକ ଆଇନ କୁ ଉଲ୍ଲଂଘନ କରି ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଛି କାର୍ଯ୍ୟ ।

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୂଆଁ ଠାରେ ଥିବା ରେଲୱେ ଲେବୁଲ କ୍ରସିଂ ରେ କେନ୍ଦ୍ର ସରକାରଙ୍କ ଶ୍ରମିକ ଆଇନ କୁ ଖୁଲାମଖୁଲା ଉଲଘଂନ କରି ବିପଦପୂର୍ଣ୍ଣ ଭାବେ ଶ୍ରମିକ ମାନଙ୍କ ଠାରୁ କାର୍ଯ୍ୟ ଆଦାୟ କରୁଛନ୍ତି ଠିକାଦାର । ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ରେ ଠିକାଦାର ଙ୍କର ଏପରି ଆଇନ ଉଲଂଘନ କାର୍ଯ୍ୟ କୁ ପ୍ରସାରଣ ହୋଇଥିଲେ ମଧ୍ୟ ଠିକାଦାର ଶ୍ରମିକ ମାନଙ୍କ ଜୀବନ ପ୍ରତି ଏପରି ଦାୟିତ୍ୱହୀନ କାର୍ଯ୍ୟ ଚଳାଇ ରଖିଛନ୍ତି । ସୂଚନାନୁଯାୟୀ ତାଳଚେର ହାଣ୍ଡିଧୂଆଁ ରେଲୱେ ଲେବୁଲ କ୍ରସିଂ ନିକଟରେ ରେଳ ଧାରଣା ର ଅଣ୍ଡର ପାସ କାର୍ଯ୍ୟ କରୁଥିବା ସମ୍ପୃକ୍ତ ଠିକାଦାର ବିନା ସୁରକ୍ଷା ଉପକରଣ ରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଶ୍ରମିକ ମାନଙ୍କୁ କାର୍ଯ୍ୟ କରାଉଥିବା ଦେଖିବାକୁ ମିଲିଛି । ଏପରିକି ଶ୍ରମିକ ମାନଙ୍କୁ ସୁରକ୍ଷା ଜୋତା , ହେଲମେଟ , ଗ୍ଲୋବସ ଓ ରେଡ଼ିୟମ ଲାଗିଥିବା ବସ୍ତ୍ର ପ୍ରଦାନ କରାଯାଇନାହିଁ . ରେଲୱେ ହେଉ କିମ୍ବା ଜାତୀୟ ରାଜପଥ , କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ କେନ୍ଦ୍ର ସରକାର ଏହି ସବୁ ସୁରକ୍ଷା ଉପକରଣ ବ୍ୟବହାର କରିବା ପାଇଁ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରିଛନ୍ତି କିନ୍ତୁ ଏଠି ବିନା ସୁରକ୍ଷା ଉପକରଣ ରେ କାର୍ଯ୍ୟ କରୁଛନ୍ତି ଶହ ଶହ ଶ୍ରମିକ । ଏଠି କଥା ଉଠେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏହି ରେଳ ବିଭାଗର ସମ୍ପୃକ୍ତ ସୁରକ୍ଷା ଅଧିକାରୀ ଙ୍କ ନଜର ନାହିଁ ନା ଠିକାଦାର ଙ୍କ ଠାରୁ ପିସି ଖାଇ ଶ୍ରମିକ ମାନଙ୍କୁ ବିପଦ ମୁହଁକୁ ଠେଲି ଦେଇ ନିଦା ବିଷ୍ଣୁ ସାଜି ଶିତତାପ ରୁମ ରେ ବସିଛନ୍ତି । ଶ୍ରମିକ ମାନଙ୍କ ସୁରକ୍ଷା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୈତିକ ଦାୟିତ୍ୱ । ଏ ବିଷୟରେ କାର୍ଯ୍ୟ ଚାଲୁଥିବା କମ୍ପାନୀ ର କର୍ମଚାରୀ ଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ନଦେଇ ଚାଲି ଯାଇଥିଲେ । ବାକି ରହିଲା ଦେଖିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଶ୍ରମିକ ଆଇନ ଉଲଂଘନ କରୁଥିବା ଠିକାଦାର ଙ୍କ ଉପରେ ।

Exit mobile version