Site icon Awaj Media

ତାଳଚେରରେ ସ୍ୱାଧୀନ ଫାଉଣ୍ଡେସନ ର ପ୍ରଥମ କାର୍ଯ୍ୟକ୍ରମ !!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ର ସାମାଜିକ ସଂଗଠନ ସ୍ଵାଧୀନ ଫାଉଣ୍ଡେସନ ପ୍ରଥମ କାର୍ଯ୍ୟକ୍ରମ ତାଳଚେର ବସଷ୍ଟାଣ୍ଡ ପରିସରରେ ଆୟୋଜିତ ହୋଇଯାଇଛି . ଅନୁଗୋଳ ଜିଲ୍ଲା ସମାଜସେବୀ ସଙ୍ଘ ସଭାପତି ବାପି ମହାନ୍ତି, ସମାଜସେବୀ ରଞ୍ଜିତ ମହାପାତ୍ର, ପୁର୍ବତନ କାଉନସିଲର ଜୀତେନ୍ଦ୍ରିୟ ଦାସ, ସାମ୍ବାଦିକ ଅଜୟ କୁମାର ନାୟକ, ଜିତୁ ବେହେରା, ମୁକେଶ ଅଗ୍ରୱାଲ ଏବଂ ବସ ମାଲିକ ସଙ୍ଘର ସଭାପତି ଇଂ.ଶ୍ରୀକାନ୍ତ କୁମାର ପାଣିଙ୍କ ସହଯୋଗରେ ତାଳଚେର ବସଷ୍ଟାଣ୍ଡ ପରିସରରେ ଦୃଷ୍ଟିହୀନ ମାନଙ୍କୁ ଚା ବିସ୍କୁଟ ଓ ଜଳପାନ ଦିଆ ଯାଇଥିଲା . କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁମନ ବେହେରା ଏବଂ ସଭ୍ୟ ମଦନମୋହନ ମହାନ୍ତି, ମଦନମୋହନ ଘଟୁଆରି, ହରିହର ମହାରଣା ପ୍ରମୂଖ ଉପସ୍ଥିତ ରହି ସହାୟତା କରିଥିଲେ .

Exit mobile version