Site icon Awaj Media

ସ୍ୱାଧୀନ ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେଙ୍କାନାଳ ଜିଲ୍ଲା ବାଉଁଶପାଳ ପଞ୍ଚାୟତରେ ପାଖାପାଖି ତିରିଶ ଗରିବ ଅସହାୟ ପରିବାରଙ୍କୁ ଶୀତବସ୍ତ୍ର ବାଣ୍ଟିଛି ରାଜ୍ୟ ସ୍ତରୀୟ ସାମାଜିକ ସଂଗଠନ ସ୍ୱାଧୀନ ଫାଉଣ୍ଡେସନ, ଅନୁଷ୍ଠାନର ସମ୍ପାଦକ ତଥା ଓଡିଶା ସମାଜସେବୀ ମହାସଙ୍ଘର କାର୍ଯ୍ୟକାରୀ ସଭାପତି ସମାଜସେବୀ ବାପି ମହାନ୍ତିଙ୍କ ତତ୍ୱାବଧାନରେ ବାଉଁଶପାଳ ସରପଞ୍ଚ ଟୁଲୁ ବର୍ମା , ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ , ସମାଜସେବୀ ସଚ୍ଚିଦାନନ୍ଦ ରାଉତ , ପଙ୍କଜିନି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ସାମାଜିକ କାର୍ଯ୍ୟ ସମ୍ପାଦନ କରିଥିଲେ । ଚଳିତବର୍ଷ ଶିକ୍ଷାଦାନ ପାଇଁ ରମେଶ ଚନ୍ଦ୍ର ପ୍ରଧାନକୁ ଫାଉଣ୍ଡେସନ ପକ୍ଷରୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା । ଫାଉଣ୍ଡେସନ ସଭାପତି ଡ଼. ବନ୍ଦନା ହରିଚନ୍ଦନ , ପ୍ରତିଷ୍ଠାତା ବାପୁ ଓଝା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

Exit mobile version