Site icon Awaj Media

ନୀଳାଚଳ ଇସ୍ପାତକୁ ଘରୋଇକରଣ ବନ୍ଦ ଦାବୀରେ କଳାଦିବସ ଓ ପ୍ରତିବାଦ ସଭା ।

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରଜ୍ୟର ଅନ୍ୟତମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚ଼ଳ ଇସ୍ପାତ କୁ କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୦ ଜାନୁଆରୀ ୮ ତାରିଖ ରେ ଘରୋଇକରଣ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ଏହାକୁ ଏକ ବର୍ଷ ପୁରିଲା । ତେବେ ସରକାରଙ୍କ ଏହି ଘରୋଇକରଣ ନିଷ୍ପତିକୁ ନୀଳାଚ଼ଳ ମିଳିତ ମଂଚ ପକ୍ଷରୁ ବିରୋଧ କରାଯାଇ ଆସୁଥିବା ବେଳେ ସରକାରଙ୍କ ଏ ଶ୍ରମିକ ମାରଣ ନିତିକୁ ବିରୋଧ କରି ଆଜିର ଦିନକୁ କଳା ଦିବସ ଭାବରେ ପାଳନ କରି ନୀଳାଚ଼ଳ ଫାଟକ ସମ୍ମୁଖ ରେ ଏକ ପ୍ରତିବାଦ ସଭା କରିଛି ସଂଘ । ସରକାର ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ କରିବା ଦିନ ଠାରୁ ହଁ ଏହାର ପ୍ରତିବାଦ କରି ଶ୍ରମିକ ମାନେ ବାରମ୍ବାର ଆନ୍ଦୋଳନ କରୁଥିବା ବେଳେ ସରକାର ସତେ ଶୀତ ତାପ ନିୟନ୍ତ୍ରୀଣ ଯନ୍ତ୍ର ତଳେ ନିଘୋଡ଼ ନିଦ ରେ ଶୋଇ ଯାଇଥିବା ଶ୍ରମିକ ସଂଘ ଅଭିଯୋଗ କରିଛି । ତେବେ ଆଜିକାର ଏହି ପ୍ରତିବାଦ ସଭାରେ ଆଇ.ଏନ.ଟି.ୟ.ସି. ର (କେନ୍ଦ୍ର ଉପସଭାପତି ) ନେତା ରାମଚନ୍ଦ୍ର ଖୁଣ୍ଟଆ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଶାଣିତ ସମାଲୋଚନା କରିଥିଲେ । ଏହି ଅବସର ରେ ସେ କହିଥିଲେ କି ରାଜ୍ୟ ସରକାର ଜଣେ ଆଦିବାସି ବିରୋଧି ଯେଉଁ ଅଂଚଳରେ ଶିଳ୍ପ ନିର୍ମାଣ ପାଇଁ ନିରିହ ଆଦିବାସି ମାନଙ୍କୁ ହତ୍ୟା କରାଗଲା ଆଜି ସେ ଅଂଚଳ ରେ ଶିଳ୍ପ ବନ୍ଦ କରି ଶହ ଶହ ଶ୍ରମିକ ଙ୍କ ପେଟକୁ ଲାତ ମାରି ସେମାନଙ୍କ ଦରମା ଗଣ୍ତକ ମଧ୍ୟ ପ୍ରଦାନ କରାଯାଉନାହିଁ ।

Exit mobile version