Site icon Awaj Media

୩୨ ତମ ମା ବାଗଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ମଧ୍ୟଖଣ୍ଡ କୁ ହରାଇ କଣ୍ଟାବଣିଆ ଚାମ୍ପିଅନ !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡ଼ା ଗ୍ରାମ ମାନପୁର ପଡ଼ିଆରେ ଚାଲିଥିବା ୩୨ ତମ ମା ବାଗଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ କୁ ହରାଇ କଣ୍ଟାବଣିଆ କ୍ରିକେଟ୍ ଟିମ୍ ଚମ୍ପିୟାନ ହୋଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ପ୍ରଥମେ ଟସ୍ ଜିତି ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ଫିଲ୍ଡିଂ କରିବାର ନିଷ୍ପତି ନେଇଥିଲା । କଣ୍ଟାବଣିଆ କ୍ରିକେଟ୍ ଟିମ୍ ନିର୍ଦ୍ଧାରିତ ୧୫ ଓଭରରେ ୭ ଉଇକେଟ୍ ହରାଇ ୧୨୪ ରନ୍ ସଂଗ୍ରହ କରିଥିଲା । ୧୨୫ ରନ୍ ପିଛା କରି ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ୧୫ ଓଭର ରେ ୬ ଉଇକେଟ ହରାଇ ୧୦୩ ରନ୍ ସଂଗ୍ରହ କରି ମ୍ୟାଚ୍ ପରାଜୟ ବରଣ କରିଥିଲା । ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କ୍ରୀଡା ର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରିବା ସହ କରୋନା ସଚେତନତା କରିଥିଲେ । ତତ୍ ସହିତ ଏଭଳି ଆକର୍ଷଣୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ମା ବାଗଦେବୀ କ୍ରିକେଟ୍ ଟୁର୍ଣ୍ଣାମେ୍ଟ ର ସମସ୍ତ ସଦସ୍ୟ ମାନଙ୍କୁ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା, ବିଜେଡ଼ି ସଭାପତି ସନାତନ ସାମଲ, ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ, ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ଯୁବ ସଂଗଠକ ସଞ୍ଜୟ କୁମାର ସାହୁ, ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା, ଉପ ସଭାପତି ମୁରଲୀଧର ଜେନା, ପୂର୍ବତନ ନାଏବ ସରପଞ୍ଚ ପ୍ରକାଶ କୁମାର ପ୍ରଧାନ, ୱାର୍ଡ ମେମ୍ବର ଅଭିମନ୍ୟୁ ଖିଲାର, ଭୀମସେନ ରାଉତ, ନବ କିଶୋର ବାରିକ, ପଞ୍ଚାୟତ ବିଜେଡ଼ି ସଭାପତି ବାପିନା ନାୟକ, ବାନାମ୍ବର୍ ପ୍ରଧାନ, ଜିତେନ୍ଦ୍ର ସାହୁ, ଫୁକୁନି ଦାଶ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଜୟୀ ଦଳ କୁ ୩୩୩୩ ଟଙ୍କା ସହ ଟ୍ରଫି ଏବଂ ମଧ୍ୟ ଖଣ୍ଡ କ୍ରିକେଟ୍ ଟିମ୍ କୁ ୧୫୫୫ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ବେଷ୍ଟ ବ୍ୟାଟିଂ କରିଥିବା ମଧ୍ୟଖଣ୍ଡ ଟିମ୍ ର ଆଲୋକ ଓ ବେଷ୍ଟ ବୋଲିଂ କରିଥିବା କଣ୍ଟାବଣିଆ କ୍ରିକେଟ୍ ଟିମ୍ ର କ୍ୟାପଟେନ ଧ୍ରୁବଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଟ୍ରଫି ପ୍ରଦାନ କରିଥିଲେ । ଆଶିଷ କୁମାର ନାୟକ ଓ ପଞ୍ଚାନନ ପରିଡ଼ା ମ୍ୟାଚ୍ ପରିଚାଳନା କରିଥିବା ବେଳେ ମା ବାଗଦେବୀ କ୍ରିକେଟ୍ ଟିମ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Exit mobile version