Site icon Awaj Media

ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରୁନ୍ଦେଶ୍ୱରୀଙ୍କ ଗଜପତି ଗସ୍ତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସର୍କିଟ ହାଉସରେ ଗଜପତି ଜିଲ୍ଲା ବିଜେପି ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପିର କାର୍ଯ୍ୟକର୍ତ୍ତା ବୈଠକରେ ବିଜେପିର ପ୍ରଦେଶ ପ୍ରଭାରୀ ଡି.ପୁରୁନ୍ଦେଶ୍ୱରୀ ଯୋଗ ଦେଇଥିଲେ । ପରେ ସରର୍କିଟ ହାଉସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ . ବିଜେଡି ସରକାରଙ୍କ ଶାସନରେ ଅଧିକାଂଶ ବିକାଶ କେବଳ ପୋଷ୍ଟରରେ ସୀମିତ ରହିଛି । ଯାହା ବି ଯୋଜନା କାର୍ଯ୍ୟକାରୀ ହେଉଛି ତାର ଲାଭ ବିଜେଡି ଦଳର ଲୋକ ମାନେ ପାଉଛନ୍ତି । ରାଜ୍ୟ ବିଜେଡି ସରକାର କରୁଛନ୍ତି ନିଜର ବିକାଶ କିନ୍ତୁ ବିଜେପି ଚାହୁଁଛି ସମସ୍ତଙ୍କ ବିକାଶ . ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ଓ ଶିଶୁ ତସ୍କରୀ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ଉକ୍ତ ସମସ୍ୟା ଗୁଡିକ ପ୍ରତି ଅଣଦେଖା କରୁଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ଦିନକୁ ଦିନ ନିମ୍ନଗାମି ହେବା ସହ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ।

ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବିଜେପି କାର୍ଯ୍ୟକାର୍ତ୍ତାଙ୍କୁ ଆକ୍ରମଣ ଓ ହତ୍ୟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଗଜପତି ଜିଲ୍ଲା ଏକ ପଛୁଆ ଅଞ୍ଚଳ ଅଟେ । କେନ୍ଦ୍ର ସରକାର ପଛୁଆ ଅଞ୍ଚଳ ସକାଶେ ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥ ପ୍ରଦାନ କରିଛନ୍ତି କିନ୍ତୁ ତାର ସଦୁପଯୋଗ ହୋଇପାରୁନାହିଁ । ଗୋଟିଏ ହେଲେ ଶିଳ୍ପ ପ୍ରତିଷ୍ଠା କରିବାରେ ସଫଳ ହୋଇପାରି ନାହାଁନ୍ତି ରାଜ୍ୟ ସରକାର । ଯାହା ଫଳରେ ଦାଦନ ଖଟିବାକୁ ବାହାର କୁ ଯାଉଛନ୍ତି ଲୋକେ । କେନ୍ଦ୍ର ସରକାର ମହେନ୍ଦ୍ରଗିରିର ବିକାଶ ନିମନ୍ତେ ପର୍ଯ୍ୟଟନ ବିଭାଗର ରାମାୟଣ ସରର୍କିଟରେ ସାମିଲ କରିଛନ୍ତି । ଗଜପତି ଜିଲ୍ଲାରେ ହୋଇଥିବା ତିତିଲି ବାତ୍ୟାରେ ବିଭିନ୍ନ ସ୍ଥାନରେ ବହୁ ଲୋକଙ୍କ ଶବ ପଡିଥିଲା କିନ୍ତୁ ରାଜ୍ୟ ସରକାର ତାହା ମାନିବାକୁ ପ୍ରସ୍ତୁତ ନ ଥିଲେ । ବିଜେପି କାର୍ଯ୍ୟକାର୍ତ୍ତା ମାନେ ସ୍ୱର ଉତ୍ତୋଳନ କରିବା ରୁ ଲୋକଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ, ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ବିଜେପି ଉପ ସଭାପତି ଭ୍ରୁଗୁ ବକ୍ସସି ପାତ୍ର, ଜିଲ୍ଲା ପ୍ରଭାରୀ ସରୋଜ ସାବତ, ପୂର୍ବତନ ଜିଲ୍ଲା ସଭାପତି ଏନ.ଗୋପାଳ ରାଓ, ପାରଳାଖେମୁଣ୍ଡି ପୌର ପରିଷଦ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ବରିଷ୍ଠ ନେତା ସିଦ୍ଧେଶ୍ଵର ମିଶ୍ରଙ୍କ ସହ ବହୁକର୍ମୀ ଉପସ୍ଥିତ ଥିଲେ ।

Exit mobile version