Site icon Awaj Media

ମାନବବାଦୀ ଯୁଗପୁରୁଷ ସ୍ୱାମୀଜୀଙ୍କ କର୍ମଧାରା କୁ ଆଦର୍ଶ କରିଛି ଉତ୍କଳ ବିକାଶ ପରିଷଦ : ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ !!!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ସଦର ବ୍ଲକ ବୟାଳିଶ ମୌଜ଼ା ଉପକଣ୍ଠ ବହଳପଡା ଓ ଝାରକଟା ଗ୍ରାମରେ ମହାନ ଦେଶଭକ୍ତ ଆଧ୍ୟାତ୍ମିକ ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ କରୋନା କଟକଣା ଅନୁସାରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି !

ଏହି ଉତ୍ସବରେ ସାମ୍ବାଦିକ ଅନିଲ ଦାସ, ବହଳପଡା ଗ୍ରାମ ମୁରବୀ ହାଡିବନ୍ଧୁ ଲେଙ୍କା, ବିରଜାଭୁସଣ ପତି, ଶିକ୍ଷାବିତ ଅକ୍ଷୟ ବାରିକ, ଚିତ୍ରଶିଳ୍ପୀ ସୁକଦେବ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ .

କୃଷକ ନେତା ଦେବୀ ପ୍ରସାଦ ପତି, ଅଭିରାମ ଦଳାଇ, ବିଜୟ ସ୍ୱାଇଁ, ଆରତ ଭଂଜନ ସାହୁ, ଯୁବନେତା ଅଶ୍ୱନୀ ଦାଶ, ଶରତ ଦାଶ, ଅମିତ ବାରିକ, ଭାରତୀୟ କିଶାନ ସଂଘ ରାଜ୍ୟ ସଂଯୋଜକ ଅସୀମ ଦାସ, ଆଶିଷ ଦାଶ ଉପସ୍ଥିତ ରହି ସ୍ଵାମୀଜୀଙ୍କ ମହାନତାର ସ୍ମୃତିଚାରଣ କରିବା ସହ ପରିଷଦ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା !

ବର୍ତ୍ତମାନର ଯୁବପିଢ଼ି ମାନବବାଦୀ ଯୁଗପୁରୁଷ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶସେଵାକୁ ବ୍ରତଭାବେ ଗ୍ରହଣ କରିବାକୁ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସାର୍ବଜନିନ ସ୍ଥରରେ ନିବେଦନ କରିବା ସହ ପରିଷଦର ବିଭିନ୍ନ ଶାଖା ମାନଙ୍କରେ ଏହି ଜାତୀୟ ଯୁବଦିବସ ପାଳନ କରାଯାଇଥିବାରୁ କାର୍ଯ୍ୟକର୍ତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି !

Exit mobile version