ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କେନ୍ଦ୍ର ସରକାର ତିନୋଟି କୃଷି ଆଇନ ସମେତ ବିଦ୍ୟୁତ ସଂଶୋଧନ ଆଇନ ସଂସଦରେ ପାରିତ କରିବା ପରେ ସମଗ୍ର ଦେଶରେ ତେଜିବାରେ ଲାଗିଛି ଚାଷୀ ଅସନ୍ତୋଷ . ପରିସ୍ଥିତି ଏପରି ହେଲା ଯେ , ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଘଟଣାରେ ହସ୍ତକ୍ଷେପ କରି ଆଇନକୁ ସାମୟିକ ସମୟ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି l ସରକାର ଲାଗୁ କରିଥିବା ଆଇନ ଅନୁଯାୟୀ ଚୁକ୍ତି ଚାଷୀ ବ୍ୟବସ୍ଥା ବାତିଲ କରିବା , ପ୍ରାଇଭେଟେ ମଣ୍ଡି ବ୍ୟବସ୍ଥା ପ୍ରଚଳନ ବନ୍ଦ କରିବା, ସର୍ବୋପରି 1955 ମସିହା ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ ବନ୍ଦ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ କୃଷକ ସଙ୍ଗଠନ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ କରିଆସୁଛନ୍ତି l ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ ପକ୍ଷରୁ 3ଶହ ରୁ ଉର୍ଦ୍ଧ ଚାଷୀ ମହିଳା ପୁରୁଷ ନିର୍ବିଶେଷରେ ଏକତ୍ରିତ ହୋଇ ସୁକିନ୍ଦା ବ୍ଲକ ସମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଆଗାମୀ ଦିନରେ କେନ୍ଦ୍ର ସରକାର ଦାବି ପୂରଣ ନକଲେ ଚାଷୀ ଆନ୍ଦୋଳନ ଆହୁରି ତୀବ୍ର ହବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି l
କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସୁକିନ୍ଦା ରେ ଚାଷୀ ବିକ୍ଷୋଭ !!

