Site icon Awaj Media

ମିଶ୍ରିଲାଲ କମ୍ପାନୀ ଗେଟ ସମ୍ମୁଖରେ ସୁକିନ୍ଦା ବିଜେପି ପକ୍ଷରୁ ବିକ୍ଷୋଭ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ମିଶ୍ରିଲାଲ କମ୍ପାନୀ ଗେଟ ସମ୍ମୁଖରେ ସୁକିନ୍ଦା ବିଜେପି ପକ୍ଷ ରୁ ୧୦ଦଫା ଦାବି କୁ ନେଇ ଗଣଧାରଣା । ସୂଚନାଯୋଗ୍ୟ ୩ ଗୋଟି ଗ୍ରାମପଂଚାୟତ ଯଥା ଚାନ୍ଦିଆ, ପିଙ୍ଗଲ,ପଙ୍କପାଳ ର ଜମିହରା ଓ ସ୍ଥାନୀୟ ବାସୀନ୍ଧା ମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ, ପାନୀୟ ଜଳ, ବୃକ୍ଷ ରୋପଣ, ବେକାରୀ ନିଯୁକ୍ତି ଇତ୍ୟାଦି ସେବା ଯୋଗାଇ ଦେବା ପାଇଁ ସୁକିନ୍ଦା ବିଜେପି ବିଧାୟକ ପାର୍ଥି ଡକ୍ଟର ପ୍ରଦୀପ ବଳ ସାମନ୍ତ ଙ୍କ ନେତୃତ୍ୱ ରେ ଆଜି ମିଶ୍ରିଲାଲ କମ୍ପାନୀ ଗେଟ ସମ୍ମୁଖରେ ସୁକିନ୍ଦା ବିଜେପି କର୍ମୀ ମାନେ ଗଣ ଧାରଣା ଦେଇଛନ୍ତି । ସୁକିନ୍ଦା ବିଜେପି ନେତା ପ୍ରଦୀପ ବଳ ସାମନ୍ତ କହିଛନ୍ତି କି କମ୍ପାନୀ ରେ ଶାସକ ଦଳ ଦଳୀୟ ଭିତ୍ତିକ ଭାବେ ବିଜେଡି କର୍ମୀ ମାନଙ୍କୁ ନିଯୁକ୍ତି ଦେଉଥିବା ସମୟରେ କମ୍ପାନୀ ର ମନମୁଖୀ କାର୍ଯ୍ୟ କୁ ଘୋର ବିରୋଧ କରୁଛି ଓ ଏ ସମସ୍ୟା ର ସମାଧାନ କରା ନ ଗଲେ ସୁକିନ୍ଦା ବିଜେପି ତରଫରୁ ଆନ୍ଦୋଳନ ତୀବ୍ର ରୂପ ନେବ ।

Exit mobile version