Site icon Awaj Media

ଅଧିକାର ପାଇଁ ନରହରି ଙ୍କ ଲଢେଇ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ନିଜ ଘରକୁ ଯିବାପାଇଁ ରାସ୍ତା ନ ଥିବାରୁ ଦୀର୍ଘ ତିନି ବର୍ଷ ଧରି ଥାନା ତହସିଲ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ନ୍ୟାୟ ନ ପାଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଠାରୁ ନ୍ୟାୟ ପାଇବାର ଆଶା ଦିନକୁ ଦିନ ମଉଳିବାରେ ଲାଗିଛି l ତେବେ ବୟସ ର ଅପରାହ୍ନ ରେ ନ୍ୟାୟ ର ଆଶା ରଖିଛନ୍ତି ନରହରି !

ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାଟରାଚକଡା ଗ୍ରାମପଞ୍ଚାୟତ ର ଚକଡା ଗ୍ରାମର ନରହରି ଜେନା ଙ୍କ କଥା l ବୟସ 73 l ତାଙ୍କ ସାନ ଭାଇ ସୁକଦେବ ଜେନା ଘରୁ ରାସ୍ତାକୁ ଆସିବାକୁ ବାଟ ନ ଦେବାରୁ ଅନ୍ୟ ଜଣକ ଜାଗାରେ ଯିବାଆସିବା କରୁଛନ୍ତି ନରହରି l ଯେଉଁଥି ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି l ଏନେଇ 2017 ମସିହା ଠାରୁ ସେ ଡେରାବିଶ ଥାନା, ତହସିଲ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ l ଏହି ଘଟଣା ରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଡେରାବିଶ ତହସିଲଦାର ନିଜେ ଆସି ତଦନ୍ତ କରି ନରହରି ଙ୍କୁ ଘରୁ ବାହାରକୁ ଯିବାପାଇଁ ରାସ୍ତା ଦେବା ସହ ରାସ୍ତା ରେ ପତିଥିବା ବାଡ଼ ଉଠାଇବା ପାଇଁ ତାଙ୍କ ସାନ ଭାଇ ଙ୍କୁ କହିଥିଲେ l ହେଲେ ସାନଭାଇ ସୁକଦେବ ଏହାକୁ ବେଖାତିର କରିବା ସହ ରାସ୍ତାରେ ବାଡ ବୁଝି ରାସ୍ତା କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦେଇଛି !

ଏବେ ଘରୁ ବାହାରକୁ ବାହାରିବା ନେଇ ଚିନ୍ତାରେ ନରହରି l ପ୍ରଶାସନର ଆଦେଶକୁ ବେଖାତିର କରି ତାଙ୍କୁ ରାସ୍ତା ଛାଡି ନଥିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି . ବୟସ ଅତିକ୍ରାନ୍ତ ହୋଇଥିଲେ ବି ହରି ନାହାନ୍ତି ନରହରି . ତେବେ ବିଳମ୍ବିତ ନ୍ୟାୟିକ ବ୍ୟବସ୍ଥାରେ କେବେ ମିଳିବ ନରହରି ଙ୍କୁ ନ୍ୟାୟ l ନରହରି ଙ୍କ ପରିବାର କୁ ମିଳିବ ମାନବିକତା ଅଧିକାର ଏବେ ତାହାହିଁ ଦେଖିବାର ବାକି ରହିଲା ।

Exit mobile version