Site icon Awaj Media

ଜଗତସିଂହପୁର ରେ କରୋନା ଟୀକାକରଣ ର ଶୁଭାରମ୍ଭ ।

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ବହୁ ପ୍ରତୀକ୍ଷା ପରେ ସାରା ଦେଶରେ ଆରମ୍ଭ ହୋଇଛି କରୋନା ଟୀକାକରଣ . ଜଗତସିଂହପୁର ଜିଲ୍ଲାରେ କରୋନା ଟୀକାକରଣ ର ଶୁଭାରମ୍ଭ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର । ପିଏମ ମୋଦୀ ଭିସି ଜରିଆରେ ଦେଶବାସୀ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଟୀକାକରଣ ର ଶୁଭାରମ୍ଭ କରାଯାଇଥିଲା ।ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଟୀକାକରଣ କେନ୍ଦ୍ର ସହିତ ଜିଲ୍ଲାର ୪ଗୋଟି ଟୀକାକରଣ କେନ୍ଦ୍ରରେ ଟୀକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ପ୍ରଥମେ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଡ଼ଃ ଧରଣୀଧର ସେନାପତି ପ୍ରଥମେ ଟୀକା ନେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼. ବିଜୟା ପଣ୍ଡା,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ପ୍ରମୋଦକୁମାର ବାରିକ,ଡିପିଏମ ଚକ୍ରଧର ଜେନା,ଡେ଼ପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ,ହସ୍ପିଟାଲ ମ୍ୟାନେଜର ଶକ୍ତିମୟୀ ସାମଲ ପ୍ରମୁଖ ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡକ୍ଟର, କର୍ମଚାରୀ ଉପସ୍ଥିତ ଥିଲେ । ଅନ୍ୟପଟେ ରାଜ୍ୟରେ କାର୍ଯ୍ୟରତ ଥିବା ପ୍ରାୟ ୧୫,୦୦୦ ଏଏନଏମଙ୍କ ନିଷ୍ପତ୍ତି କ୍ରମେ ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟରତ ଏଏନଏମ୍ ମାନେ ମଧ୍ୟ ଟୀକା ନ ନେବାପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା କହିଛନ୍ତି ମନୋରମା ଶତପଥୀ, ଲୋଚନବାଳା ଦେଇ,ସୁନନ୍ଦା ବେହେରା, ଦୀପ୍ତିମୟୀ ଷଡ଼ଙ୍ଗୀ, ଭାରତୀ ମହାନ୍ତି । ତେବେ ଟୀକାକରଣ ପ୍ରକ୍ରିୟା ପରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ଟୀକା ନେଇଥିବା ଡାକ୍ତର ତଥା ଜିଲ୍ଲା ପ୍ରଶାସନ ସମସ୍ତେ ଉତ୍ସାହିତ ଥିବା କହିଛନ୍ତି ।

Exit mobile version