Site icon Awaj Media

ଜବରଦଖଲ ଉଚ୍ଛେଦ ଟିମ୍ , ବସ୍ତି ବାସିନ୍ଦା ମୁହାମୁହିଁ !!

Spread the love

ଭୁବନେଶ୍ୱର ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀର ଜନ ଗହଳିପୂର୍ଣ୍ଣ ତାରିଣୀ ନଗର ଏବଂ ଅରବିନ୍ଦ ନଗର ବସ୍ତି ଉଚ୍ଛେଦ ପାଇଁ ଏନଫୋର୍ସମେଣ୍ଟ ଟିମ୍ ପହଞ୍ଚିବା ପରେ ଦେଖା ଦେଇଛି ଉତ୍ତେଜନା । ଉଚ୍ଛେଦ ପାଇଁ ଆଗରୁ ନୋଟିସ ଦିଆଯାଇ ଥିବାରୁ ବ୍ୟାପକ ଫୋର୍ସ ସହିତ ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତି ଉଛେଦ କରିବାକୁ ପହଞ୍ଚିଥିଲେ ଅଧିକାରୀ । ତେବେ ଉଚ୍ଛେଦ କାର୍ଯ୍ୟକୁ ବସ୍ତିବାସିନ୍ଦା ଘମାଘୋଟ ପ୍ରତିରୋଧ କରୁଛନ୍ତି। ବସ୍ତି ବାସିନ୍ଦାଙ୍କ କହିବା ଅନୁସାରେ ଏହି ବସ୍ତିର ମାତ୍ର କିଛି ପରିବାରଙ୍କୁ କୋଠାଘର ଦିଆଯାଇଛି, କିନ୍ତୁ ଯେଉଁ ଶହ ଶହ ପରିବାର ମାନେ ଘର ପାଇନାହାନ୍ତି ସେମାନଙ୍କ ଘର ବଳପୂର୍ବକ ଭାଙ୍ଗିବାକୁ ଉଦ୍ୟମ ଚାଲିଛି। ଏହା ବିରୁଦ୍ଧରେ ମା ତାରିଣୀ ଓ ଅରବିନ୍ଦ ନଗର ମିଳିତ ବସ୍ତିକମିଟି ନେତୃତ୍ୱରେ ସଂଗ୍ରାମ ଚାଲିଛି। ସାଲିଆସାହି ସମେତ ସବୁ ବସ୍ତିର ନେତା ଓ କର୍ମୀ ସେଠାରେ ପହଞ୍ଚି ପ୍ରଶାସନ ସହ ଆଲୋଚନା କରୁଛନ୍ତି ।

Exit mobile version