Site icon Awaj Media

ମଣିମାଣିକର ୪୯ ତମ ବାର୍ଷିକ ଉତ୍ସବ : ଏଥର ହେବନି ଶିଶୁ ସମାବେଶ, ପ୍ରତିଯୋଗିତା ।

Spread the love

କଟକ ( ଆୱାଜ ମିଡିଆ ) – ଦିଲ୍ଲୀପ ପତି : ଓଡିଶାର ବହୁ ପରିଚିତ ଓ ପୁରାତନ ଶିଶୁ ଅନୁଷ୍ଠାନ “ମଣିମାଣିକ”ର ୪୯ ତମ ବାର୍ଷିକ ଉତ୍ସବ, ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଆସନ୍ତା ଫେବୃଆରୀ ୧୩ ତାରିଖ ଶନିବାର ଦିନ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହେବ। କରୋନା ମହାମାରୀ,କୋଭିଡ କଟକଣା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟଗତ ବିଷୟକୁ ଦୃଷ୍ଟିରେ ରଖି ଏଥର ଶିଶୁ ସମାବେଶ କିମ୍ବା କୌଣସି ପ୍ରତିଯୋଗିତା କରାଯିବ ନାହିଁ ବୋଲି ଅନୁଷ୍ଠାନର ସମ୍ପାଦକ ଜୀବନାନନ୍ଦ ଅଧିକାରୀ ସୂଚନା ଦେଇଛନ୍ତି। ସବୁ ବର୍ଷପରି ଏବର୍ଷ ମଧ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ମଣିମାଣିକ ରାଜ୍ୟସ୍ତରୀୟ ସମ୍ମାନ ଓ ରାଜ୍ୟର ଜଣେ ଶିଶୁ ପ୍ରତିଭାଙ୍କୁ ମଣିମାଣିକ ରାଜ୍ୟସ୍ତରୀୟ ଶିଶୁ ଗୌରବ ସମ୍ମାନ ପ୍ରଦାନ କରାଯିବ ଏବଂ ଶିଶୁ ପ୍ରତିଭା ବିକାଶ ସମ୍ମିଳନୀ, ଆଲୋଚନା ଚକ୍ର, ବାର୍ଷିକ ସଂଖ୍ୟା ଉନ୍ମୋଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମଣିମାଣିକ ଦ୍ୱାରା ଆୟୋଜିତ ଶିଶୁ କବିତା ପାଠୋତ୍ସଵ ଖୁବ ଶୀଘ୍ର ୱେବ ପ୍ଲାଟଫର୍ମରେ ସମ୍ପାଦିତ ହେବ। ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ସାହିତ୍ୟିକ ସ୍ବର୍ଗତଃ ପରମାନନ୍ଦ ଅଧିକାରୀ ଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ପୁରାତନ ଅନୁଷ୍ଠାନର ପ୍ରଥମ ସଭାପତି ଜଷ୍ଟିସ ରଙ୍ଗନାଥ ମିଶ୍ର ଓ ସହ ସମ୍ପାଦକ ଭଜନ ସମ୍ରାଟ ଭିକାରୀ ବଳ ଥିଲେ।

Exit mobile version