Site icon Awaj Media

ଯୁବ ରେଡ଼କ୍ରସ ତରଫରୁ ସ୍ୱଚ୍ଛତା ଦିବସ ପାଳିତ !!!

Spread the love


ଗଜପତି ( ଆୱାଜ ମିଡିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ତରଫରୁ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହା ବିଦ୍ୟାଳୟ ଅଧ୍ୟକ୍ଷା ଡଃ.ରୀନା ସାହୁ ଶୁଭାରମ୍ଭ କରିଥିଲେ। ମହାବିଦ୍ୟାଳୟର ଚତୁଃପାର୍ଶ୍ଵରେ ଥିବା ଆବର୍ଜନା ସଫା କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରେଡ଼କ୍ରସ ଅଧିକାରୀ କୁମାରୀ ମଧୁସ୍ମିତା ପ୍ରଧାନ ଓ ରେଡ଼କ୍ରସ ସ୍ବେଚ୍ଛାସେବୀ ଛାତ୍ରୀମାନଙ୍କ ସହଯୋଗରେ ସଫେଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ସଫେଇ କାର୍ଯ୍ୟକ୍ରମରେ ରାଜେଶ କୁମାର ପାତ୍ର, ଏଲ.ଦୁର୍ଯ୍ୟୋଧନ, କୁମାରୀ ରଞ୍ଜିତା ପଟ୍ଟନାୟକ ଓ ଲାଲି ଖଡ଼ଗରାୟ ସହଯୋଗ କରିଥିଲେ ।

Exit mobile version