Site icon Awaj Media

ସଚେତନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ବ୍ଳକ ଅନ୍ତର୍ଗତ କେ.ସୀତାପୁର ଗ୍ରାମର ଝାନସିରାଣୀ ୟୁଥ କ୍ଳବ ଦ୍ୱାରା ସଚେତନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପଞ୍ଚାୟତର ସରପଞ୍ଚ ୟୁରିଆଣୀ ଶବର, ସଂ।ସ୍କୃତିକ ଶିକ୍ଷକ କବିସୂର୍ଯ୍ୟ ଚରତି, ନେହେରୁ ଯୁବ କେନ୍ଦ୍ରର ପ୍ରଶିକ୍ଷିକା ମୋହିନୀ ପ୍ରଧାନ, ଝାନସୀରାଣୀ ୟୁଥ କ୍ଳବର ସମସ୍ତ ସଦସ୍ୟ ଓ ଶକ୍ତିଶାନ୍ତି ୟୁଥ କ୍ଲବ, ବିସିରିଙ୍ଗି ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ଗା ରାମ୍ମାଆଲି ୟୁଥ କ୍ଳବର 90 ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ବୃନ୍ଦ HIV ଭୁତାଣୁ ସଚେତନତା , ନାରୀ ସଶକ୍ତିକରଣ ବିଷୟରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିବା ସହ ୟୁଥ କ୍ଲବ ର ସଦସ୍ୟ ମାନଙ୍କୁ ସଚେତନତ କରାଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଝାନସୀରାଣୀ ୟୁଥ କ୍ଲବ କାଶୀନଗର ବ୍ଳକର ସ୍ୱେଚ୍ଛାସେବୀ କେ.ଶିବାଜୀ, ଅକ୍ଷୟ କୁମାର ବେହେରା ସହଯୋଗ କରିଥିଲେ ।

Exit mobile version