Site icon Awaj Media

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଦିବସରେ ଯୋଗଦେଲେ ପାରାଦ୍ୱୀପ ବିଧାୟକ ।

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ କୋଠୀ ପଞ୍ଚାୟତ ନୁଣୁକୁଆ ଗ୍ରାମର ହରପାର୍ବତୀ ଯୁବକ ପରିଷଦ ପକ୍ଷରୁ ୨୨ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି . ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ପାରାଦ୍ୱୀପ ବିଧାୟକ ସମ୍ବିଦ ରାଉତରାୟ ଯୋଗଦାନ କରିଥିଲେ . ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିବା ଦଳକୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟ ଅତିଥି . ହରପାର୍ବତୀ ଯୁବ ପରିଷଦର ସଭାପତି ସମୀର ତରାଇଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସାଂସଦଙ୍କ କୁଜଙ୍ଗ ବ୍ଲକ୍ ପ୍ରତିନିଧି ସୁଢ଼ଳ କୁମାର ସ୍ଵାଇଁ, ଉପାଧ୍ୟକ୍ଷା ପୁଷ୍ପଲତା ବେହେରା, ନାରୀନେତ୍ରୀ ପାରାଦ୍ୱୀପ ପୌରପରିଷଦର ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ବିଧାୟକଙ୍କ ପ୍ରତିନିଧି ନିରଂଜନ ପ୍ରଧାନ, କୁଜଙ୍ଗ ବ୍ଲକ୍ ବିଜୁ ଜନତା ଦଳର ଯୁବ ସଭାପତି ମାନ ଭଞ୍ଜନ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ . ଦୀର୍ଘ 18 ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ଉତ୍ସବକୁ ପରିଚାଳନା କରିଥିଲେ ରମେଶ ଚନ୍ଦ୍ର ନାୟକ ଓ କୋଠୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବାବୁଲି ସେଠୀ, ସୁରେନ୍ଦ୍ର ତରାଇ, ଲେଲିନା ତରାଇ, ସମ୍ପାଦକ ପ୍ରକାଶ ତରାଇ, ହରପାର୍ବତୀ ଯୁବ ପରିଷଦର ସମସ୍ତ ସଭ୍ୟ ପ୍ରମୁଖ ସହଯୋଗ କରିଥିଲେ . ହରପାର୍ବତୀ ଯୁବ ପରିଷଦ କିପରି ଆଗାମୀ ଦିନରେ ଏହି କ୍ରୀଡ଼ା ପ୍ରତିଯୋଗିତା ବଜାୟ ରଖିବ ସେଥିପ୍ରତି ସହାୟତା ପ୍ରଦାନ କରିବେ ପାରାଦ୍ୱୀପ ବିଧାୟକ ସମ୍ବିଦ ରାଉତରାୟ କହିଛନ୍ତି । କାର୍ଯ୍ୟକ୍ରମ ଅବସରରେ କୋଠୀ ପଞ୍ଚାୟତ ପ୍ରରିକ୍ରମା କରି ବିଭିନ୍ନ ଲୋକ କଲ୍ୟାଣକାରୀ କାମର ଶିଳାନ୍ୟାସ କରିଥିବାର ଦେଖିବାକୁ ମିଳିଛି ,ଏଠି ସୁଚନା ଥାଉକି କୋଠୀ ପଞ୍ଚାୟତ ସିଜୁ ଗ୍ରାମର ମୁଖ୍ୟ ରାସ୍ତା ମରଣ ଯନ୍ତା ପାଲଟିଥିବା ବେଳେ ସେଥି ପ୍ରତି ଧ୍ୟାନ ନ ଦେବାରୁ ଦଳୀୟ କର୍ମୀମାନେ ବର୍ଷିଥିବା ଦେଖିବାକୁ ମିଳିଥିଲା .

Exit mobile version