Site icon Awaj Media

ପାରଳା ସହର ମୁଖ୍ୟ ରାସ୍ତା ପାର୍ଶ୍ବରେ ଡ୍ରେନ ନିର୍ମାଣ କେବେ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା :
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଗତ କିଛି ଦିନ ତଳେ ଫ୍ୟାୟର ଷ୍ଟେସନ ଛକ ଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଇଥିଲା ଯାହା ଫଳରେ ସହର ସରସ ସୁନ୍ଦର ଦେଖା ଯିବାର ଉଙ୍କି ମାରିଥିଲା ବର୍ତ୍ତମାନ ସ୍ଥିତିରେ ଉଚ୍ଛେଦ ପରେ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ଵରେ ପଡିରହିଥିବା ମାଟି ଗୋଡି ପୁରାତନ ନାଳରେ ଜମି ରହିବା ସହ ପାଇପ ଲାଇନର ପାଣି ଜମି ରହିବା ଦ୍ଵାରା ଅପରିଷ୍କାର ଓ ମଶା ମାଛି ହେଉଅଛି। ଯାହା ଦ୍ୱାରା ପରିବେଶ ଦୂଷିତ ହେଉଛି।ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଦିଆ ଯାଇଥିବା ପାଇପ ଲାଇନ ଲିକେଜ ହୋଇ ପାଣି ଜମି ରହୁଛି। ତେଣୁ ପୂର୍ତ୍ତ ବିଭାଗ ଦ୍ଵାରା ଡ୍ରେନେଜର ସୁବ୍ୟବସ୍ଥା କରାଗଲେ ସହରବାସୀ ଉପକୃତ ହୋଇପାରିବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ପଡିଲେ ଏହି ଡ୍ରେନେଜ ସମସ୍ୟା ସମାଧାନ ହୋଇ ପାରନ୍ତା।

Exit mobile version