ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ରାଜଧାନୀ ରାଜରାସ୍ତାରେ ଲୋକଙ୍କୁ ସଚେତନ କଲେ ଯମ ଓ ଚିତ୍ରଗୁପ୍ତ । ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ନିଆରା ଢଙ୍ଗରେ ଗାଡ଼ି ଚାଳକଙ୍କୁ ସଚେତନ କରାଇବା ପାଇଁ ଉଦ୍ୟମ କରିଛି ସାମାଜିକ ସଂଗଠନ ଏଇତ ଜୀବନ । କମିଶନରେଟ ଟ୍ରାଫିକ ଏବଂ ଏଇତ ଜୀବନର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲିଟିଲ୍ ଡ୍ରମ ବାଦକ ଅଭିଷେକ ସାହୁ , ଯୁବ ଗୀତାର ବାଦକ ଜେଶନ କାନ୍ତ ଉପସ୍ଥିତ ରହି ଗୀତ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ସଂଗଠନର କିଛି କଳାକାର ଯମ ଓ ଚିତ୍ରଗୁପ୍ର ବେଶରେ ରାଜଧାନୀର କଳ୍ପନା ଛକ ଟ୍ରାଫିକ ପାଖରେ ବାଇକ୍ ଓ କାର ଚାଳକଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ବୁଝାଇଥିଲେ । ଏଇତ ଜୀବନର ପ୍ରତିଷ୍ଠାତା ସମ୍ପାଦକ ପ୍ରିୟବ୍ରତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସମୟରେ, ଅନୁଷ୍ଠାନର ସଦସ୍ୟ ତଥା ଆୱାଜ ମିଡ଼ିଆ ର ବ୍ୟୁରୋ ଚିଫ ସତ୍ୟବ୍ରତ ଦାଶ ସହଯୋଗ କରିଥିଲେ . ଜନ ସଚେତନତା କାର୍ଯ୍ୟକ୍ରମରେ ଟ୍ରାଫିକ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ନିଆରା ଢଙ୍ଗରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ !!

