Site icon Awaj Media

ଭର୍ଚୁଆଲ ମାଧ୍ୟମରେ ନାଭାଲ ଟାଟା ହକି ସେଣ୍ଟର୍ ଉଦଘାଟିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରାଜ୍ୟରେ ହକି ର ବିକାଶ ନିମନ୍ତେ ଆଉ ପାଦେ ଆଗେଇଲେ ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାର । ରାଜ୍ୟର ଦୁଇ ଜିଲ୍ଲା ଢେଙ୍କାନାଳ ଓ ଦେବଗଡ଼ ରେ ଆଜି ଉଭୟ ରାଜ୍ୟ କ୍ରୀଡ଼ା ବିଭାଗ ଓ ଟାଟା ଟ୍ରଷ୍ଟ ଦ୍ଵାରା ଟାଟା ନାଭାଲ ହକି ସେଣ୍ଟର୍ ର ଉଦଘାଟନ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଥିବା ସଦଭାବନା କକ୍ଷରେ ଭର୍ଚୁଆଲ ମୋଡ଼ ରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା , କ୍ରୀଡା ସଚିବ, ପୂର୍ବତନ ଭାରତୀୟ ହକି ଖେଳାଳୀ ଦିଲ୍ଲୀପ ତିର୍କୀ , ହକି ଇଣ୍ଡିଆ ସିଇଓ ଏଲିନା ନାର୍ମାନ୍ ପ୍ରମୁଖ ଉପସ୍ଥିତ ରହି ଏହାର ଉଦଘାଟନ କରିଛନ୍ତି । ଢେଙ୍କାନଳର ଜିଲ୍ଲା କ୍ରୀଡ଼ା ଅଧିକାରୀ, କୋଚ୍ ଓ ଖେଳାଳୀ ମାନେ ଏହି ଭର୍ଚୁଆଲ ମିଟିଂରେ ଉପସ୍ଥିତ ଥିଲେ । ଏହି ପଦକ୍ଷେପ ଦ୍ଵାରା ଜିଲ୍ଲାରେ ହକି ଖେଳ ର ପ୍ରଚାର ପ୍ରସାର ହେବା ସହ ଖେଳାଳି ମାନଙ୍କୁ ଆଗକୁ ବଢିବା ପାଇଁ ଏକ ସୁଯୋଗ ସୃଷ୍ଟି ହେବ ବୋଲି ମତ ରଖିଛନ୍ତି ଜିଲା କ୍ରୀଡା ଅଧିକାରୀ । ହକି ଖେଳାଳୀ ମଧ୍ୟ ଏହାକୁ ସ୍ଵାଗତ କରିଛନ୍ତି ଓ ସେମାନଙ୍କୁ ଏହା ଭବିଷ୍ୟତ ରେ ବହୁତ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ।

Exit mobile version