Site icon Awaj Media

ଜନମଙ୍ଗଳ ପରିଷଦ ତରଫରୁ ‘ପରାକ୍ରମ ଦିବସ ‘ ପାଳିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଦ୍ୱିତୀୟ ବ୍ୟକ୍ତିତ୍ବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀକୁ ଆଜି ସାରା ଦେଶ ‘ପରାକ୍ରମ ଦିବସ’ ରୂପେ ପାଳନ କରୁଛି | ଏହି କ୍ରମରେ ଜନମଙ୍ଗଳ ପରିଷଦ ତରଫରୁ ରାଜଧାନୀ ଭୁବନେଶ୍ୱର ଠାରେ ଏହି ମହାମନୀଷୀଙ୍କର ଜନ୍ମତିଥିକୁ ପାଳନ କରାଯାଇଅଛି | ଲୋୟର ପିଏମଜି ସ୍ଥିତ ପରିଷଦର କ୍ୟାମ୍ପରେ ନେତାଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଦସ୍ୟ ମାନେ ଏହି ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ପରିଷଦର ଅଧ୍ୟକ୍ଷ ଅଲେଖଚନ୍ଦ୍ର ଜେନା ପ୍ରଦୀପ ପ୍ରଜ୍ବଳନ କରିବା ସହ ନେତାଜୀଙ୍କ ଜୀବନଗାଥା ଉପରେ ଆଲୋକପାତ କରିଥିଲେ ଓ ନେତାଜୀଙ୍କ ମୃତ୍ୟୁ ରହସ୍ୟକୁ ସାର୍ବଜନୀନ କରାଯିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ |

ପରିଷଦର ଅନ୍ୟତମ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ ନେତାଜୀଙ୍କ ଦ୍ଵାରା ଗଠିତ ଆଜାଦ ହିନ୍ଦ ଫୋୖଜର ବିରତ୍ବ ସହ ବଳିଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ | ଯୁବ ସଦସ୍ୟ ନିରଞ୍ଜନ ସାହୁ, ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ଯୁବ ପିଢି କିଭଳି ଆଗାମୀ ଦିନରେ ଆସୁଥିବା ଆହ୍ବାନକୁ ସାମ୍ନା କରିବ ସେ ବିଷୟରେ ନିଜ ମତ ରଖିଥିବା ବେଳେ, ସୁକାନ୍ତ ମହାନ୍ତି ଏହି ପୂଜ୍ୟପୂଜା ପରମ୍ପରାକୁ କିଭଳି କୁନିକୁନି ପିଲାମାନଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚା ଯାଇପାରିବ ସେ ଦିଗରେ କାମ କରିବାକୁ ହେବ ବୋଲି କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଯୁବ ସଦସ୍ୟ ମନୋରଞ୍ଜନ ଦାଶଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୁବବନ୍ଧୁ ଉପସ୍ଥିତ ଥିଲେ |

Exit mobile version