Site icon Awaj Media

ନେତାଜୀ ଜୟନ୍ତୀ ରେ ଆଧ୍ୟାତ୍ମିକ ଅନୁଭୂତି ଶିବିର ।।

Spread the love

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : କଳାପଥର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ତିନୋଟି ଜିଲ୍ଲାର ପାଞ୍ଚଟି ଗୋଟି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ନେତାଜୀ ଜୟନ୍ତୀ ଅବସରରେ ଏକ ଆଧ୍ୟାତ୍ମିକ ଅନୁଭୂତି ଶିବିର ଆୟୋଜିତ ହୋଇଯାଇଛି । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଏକ ଆଧ୍ୟାତ୍ମିକ ଅନୁଭୁତି ଶିବିର ସହିତ ଇଶ୍ୱରୀୟ ସ୍ନେହ ମିଳନ କାର୍ଯ୍ୟକ୍ରମ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ତିନୋଟି ଜିଲ୍ଲା ଅଧିନସ୍ଥ ପାଞ୍ଚଟି ବ୍ଲକ ର ଶହେରୁ ଉର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ। କଳପଥର ଶାଖା ପରିଚାଳକ ବ୍ରହ୍ମକୁମାରୀ ଯାଜ୍ଞସେନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ଼ଡିଶାର ସୁନାମଧନ୍ୟ ବ୍ୟଙ୍ଗକାର ବ୍ରଜ ବିହାରୀ ସୁବୁଦ୍ଧି । ଯୋଗ ଦେଇଥିଲେ. ତେବେ ଆଜିର ଏ କାର୍ଯ୍ୟକ୍ରମ ର ମୁଖ୍ୟ ଆଭିମୁଖ୍ୟ ରହିଥିଲା ନେତାଜୀ ସୁବାଷ ବୋଷ ଙ୍କର ଅଭୂଲା ସ୍ମୃତି କୁ ମନେପକାଇ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା ବେଳେ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ନେଇ ଜାଗ୍ରତ ପ୍ରହରୀ ଭାବେ ସମାଜର ମୁଖ୍ୟ ସ୍ରୋତରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏଠାରେ ସମ୍ବର୍ଦ୍ଧନା କରାଯିବା ସହିତ ନିଜର କର୍ତ୍ତବ୍ୟ ସହିତ କିଭଳି ଆଧ୍ୟାତ୍ମିକ ମାର୍ଗରେ ଆଉ ଦୁଇପାଦ ଆଗକୁ ଯାଇ ଜନ ସାଧାରଣ ଙ୍କର ସମସ୍ୟାର ସମାଧାନ କରିପାରିବେ ଏ ଦିଗରେ ପ୍ରମୁଖ ଭୂମିକା ଗଣମାଧ୍ୟମ ପ୍ରତିନିଧିମାନଙ୍କର ରହିଛି ବୋଲି ଶାଖା ପରିଚାଳିକା ବ୍ରହ୍ମ କୁମାରୀ ଜାଜ୍ଞସିନି ପ୍ରକାଶ କରିଛନ୍ତି।ଅପର ପଟେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ଶ୍ରୀଯୁକ୍ତ ବ୍ରଜ ଶୁଭୁଧି କହିଛନ୍ତି ଆଗାମୀ ଦିନମାନଙ୍କରେ କିଭଳି ଆଧ୍ୟାତ୍ମିକ ଚେତନା ର ପ୍ରମୁଖ ଭୂମିକା ଗଣମାଧ୍ୟମ ପ୍ରତିନିଧିମାନେ ନିର୍ବାହ କରିପାରିବେ ସେ ନେଇ ଦିଗ୍ ଦର୍ଶନ ଦେଇଥିଲେ। ଆଜିର ଏ କାର୍ଯ୍ୟକ୍ରମ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ .

Exit mobile version