Site icon Awaj Media

ନାଟେରୀରେ ଭୟାବହ ଅଗ୍ନିକାଣ୍ଡ, ୮ପରିବାରର ୧୨ବଖରା ଭସ୍ମୀଭୂତ !! ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ପଞ୍ଚାୟତ ଅଧିନସ୍ଥ ନାଟେରୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଛି । ୮ଗୋଟି ପରିବାରର ୧୨ବଖରା ଘର ନିଆଁ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣା ପଡିନଥିଲେ ମଧ୍ୟ ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି ।

ସୂଚନା ଥାଉକି ସକାଳ ୧.୩୦ମିନିଟ୍‌ରେ ନାଟେରୀ ଗ୍ରାମରେ ନିଆଁ ଲାଗି ଗ୍ରାମର ପ୍ରଶାନ୍ତ କୁମାର ରାଉତ ରା, ବିଜୟ କୁମାର ରାଉତରା, ବାସୁଦେବ ସର୍ଦ୍ଦାର ସିଂହ, ଅଗାଧୁ ଚରଣ ସିଂହ, ହୃଦାନନ୍ଦ ସର୍ଦ୍ଦାର ସିଂହ, ପ୍ରଦୀପ କୁମାର ଉଠାଣ ସିଂହ, ସତିକାନ୍ତ ପାଇକରାୟ, ଧ୍ରୁବ ଚରଣ ନଗେନ୍ଦ୍ର, ରଘୁନାଥ ଦାସ , ମଣି ଦାସଙ୍କ ଘର ସମ୍ପୂର୍ଣ୍ଣ ରୂପେ ପୋଡି ଯାଇଥିବା ବେଳେ ସମସ୍ତ ଆସବାବ ପତ୍ର ଖାଦ୍ୟ ଶସ୍ୟ ପୋଡ଼ିଯାଇଛି । ରବିବାର ଛୁଟିଦିନ ହୋଇଥିବାରୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ବେଳେ ଅଗ୍ନିବିପନ୍ନ ପରିବାର ଖୋଲା ଆକାଶ ତଳେ ପଡି ରହିଛନ୍ତି

Exit mobile version