Site icon Awaj Media

OSAP ର ଶାଖା ସଂଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : OSAP ପ୍ରଥମ ବାଟାଲିୟନ ର ଶାଖା ସଂଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଏହି ନାମାଙ୍କନ ପତ୍ର ଦାଖଲ ପର୍ବରେ ଢେଙ୍କାନାଳ ଶାଖାର ନିର୍ବାଚନରେ ଭାଗ ନେଉଥିବ ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକ ମାନଙ୍କ ସହ ଢେଙ୍କାନାଳ ସହର ଉପକଣ୍ଠର ଦକ୍ଷିଣକାଳୀ ରାସ୍ତାରେ ଥିବା ମା’ ଦକ୍ଷିଣ କାଳି ଙ୍କ ମନ୍ଦିର ରୁ ମା ଙ୍କ ଆଶୀର୍ବାଦ ଭିକ୍ଷା କରି ବାଟାଲିୟନ ପର୍ଯ୍ୟନ୍ତ ଏକ ରାଲି କରି ଯାଇଥିଲେ । ଏହି ନିର୍ବାଚନରେ ବିଶ୍ୱଭୂଷଣ ବିଶ୍ୱାଳ ସଭାପତି ପଦପାଇଁ, ତୋଷରାଜ ପ୍ରଧାନ ଉପସଭାପତି ପାଇଁ, ଅଭିଷେକ ମିଶ୍ର ସମ୍ପାଦକ ପଦ ପାଇଁ, ଅଜିତ କୁମାର ପରିଡା ଏବଂ ବିଶ୍ୱଜିତ ଦାସ ଯୁଗ୍ମ ସମ୍ପାଦକ ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି । ଶାଖା ସଂଘ ନିର୍ବାଚନ ଆସନ୍ତା ଫେବୃଆରୀ ମାସ 5 ତରଖରେ ହେବାକୁ ଅଛି ।

Exit mobile version