Site icon Awaj Media

ବହୁ ବାଦବିବାଦ ପରେ ନୟାଗଡ ଚିନିକଳର ପୁନଃ ଆକଳନ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୟାଗଡ ଚିନିକଳ ର ପୁନଃ ଆକଳନ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ତହସିଲଦାର ଭିକାରୀ ସାହୁଙ୍କ ଉପସ୍ଥିତି ରେ ଚିନିକଳ ର ଆକଳନ ହୋଇଥିଲା । ଆକଳନ କରିବାକୁ ଯିବା ସମୟରେ କଂଗ୍ରେସ ଜିଲ୍ଲା ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ପ୍ରଶାସନ କୁ ବିରୋଧ କରିଥିଲେ । କଂଗ୍ରେସ ର ଅଭିଯୋଗ ଅନୁସାରେ ପୁର୍ବରୁ କରାଯାଇଥିବା ଆକଳନର ଚିଠା ପ୍ରଥମେ ସାର୍ବଜନୀନ କରାଯାଉ। କିଛି ସମୟ ତର୍କ ବିତର୍କ ପରେ ଚିନିକଳର ପରିଚାଳନା ନିର୍ଦେଶକ ପୁର୍ବ ଚିଠା ଦେବାପାଇଁ ପ୍ରତିଶ୍ରୁତି ଦେବାପରେ କଂଗ୍ରେସ କର୍ମୀମାନେ ପ୍ରଶାସନ କୁ ଆକଳନ କରିବାପାଇଁ ଫ୍ୟାକ୍ଟ୍ରି କୁ ଛାଡିଥିଲେ । ଚିନିକଳ ଆକଳନ ପାଇଁ ସଦର ଥାନା ଆଇଆଇସି ଙ୍କ ସହିତ ଜିଲ୍ଲା ପ୍ରଶାସନର ବହୁ କର୍ମଚାରୀ , ଚିନିକଳ ର ପରିଚାଳନା ନିର୍ଦେଶକ ଓ ଦୁଇ ଜଣିଆ ବୈଷୟିକ ଟିମ ଭିତରକୁ ଯାଇ ଯନ୍ତ୍ରାଂଶ ଗୁଡିକର ଯାଂଚ କରିଥିଲେ । ଚିନିକଳ ର ବିସ୍ତୃତ ରିପୋର୍ଟ ଫେବୃଆରୀ ଚାରି ତାରିଖରେ ମାନ୍ୟବର ହାଇକୋର୍ଟ ରେ ଦାଖଲ କରାଯିବାପାଇଁ ହାଇକୋର୍ଟଙ୍କର ନିର୍ଦ୍ଦେଶ ରହିଅଛି ।

Exit mobile version