Site icon Awaj Media

ସୁକିନ୍ଦା ବିଜେପିର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ !

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପଞ୍ଚାୟତ ନିର୍ବାଚନକୁ ଆଉ ବର୍ଷେ ଥିଲାବେଳେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ସବୁ ରାଜନୈତିକ ଦଳ ନିଜ ଢଙ୍ଗରେ ପ୍ରତ୍ୟେକ ପଞ୍ଚାୟତ ରେ ନିଜ ନିଜ ଦଳର ପ୍ରଚାର ପ୍ରସାର ଜୋରଦାର ଆରମ୍ଭ କରିଛନ୍ତି . ତେବେ ସୁକିନ୍ଦା ବିଜେପି ତରଫରୁ ତୃଣମୂଳ ସ୍ତରରେ ଦଳର ସ୍ଥିତି ମଜବୁତ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ . ସୁକିନ୍ଦାର ବିଭିନ୍ନ ପଞ୍ଚାୟତରେ ବିଜେପିର ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି l ଗତ ସାଧାରଣ ନିର୍ବାଚନରେ ସୁକିନ୍ଦାର ବିଜେପି ବିଧାୟକ ପାର୍ଥି ଡ଼ ପ୍ରଦୀପ ବଳସାମନ୍ତଙ୍କ ନେତୃତ୍ୱରେ ସୁକିନ୍ଦା ପଞ୍ଚାୟତର ବହୁ ବିଜେପି କର୍ମୀଙ୍କ ଉପସ୍ଥିତରେ ଭାରତୀୟ ଜନତା ପାର୍ଟି ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ବିଜେପି ତରଫରୁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସୁକିନ୍ଦା ପଞ୍ଚାୟତର ବହୁ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି l ବିଜେପି ନିଜ ଦଳକୁ ସୁଦୃଢ କରିବା ପାଇଁ ବିଜେଡିର 25 ଜଣ କର୍ମୀଙ୍କୁ ନିଜ ଦଳ ବିଜେପିରେ ସମିଲି କରିଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼. ପ୍ରଦୀପି ବଳସାମନ୍ତ, ଦାନଗଦି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଭଞ୍ଜ , ସୁକିନ୍ଦା ବ୍ଲକ ଯୁବନେତା ବିଶ୍ୱଜିତି ରାଜ ପ୍ରମୁଖ ଯୋଗ ଦେଇଥିଲେ l

Exit mobile version