ସୁକିନ୍ଦାରେ ବାଇକ କାର ମୁହାଁମୁହିଁ ଧକା : ଚାରି ଆହତ – ଜଣେ ଗୁରୁତର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ରାଜରାସ୍ତାରେ ଅଘଟଣ . ବାଇକ କାର ମୁହାଁମୁହିଁ ଧକା , ମହିଳା ଙ୍କ ସମେତ ଚାରି ଗୁରୁତର , ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ 3ଟା ସମୟ ରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବରଡି ଛକ ନିକଟରେ ବୈରୀମାଳ ଗ୍ରାମରୁ ସୁକିନ୍ଦାକୁ ବିଦ୍ୟାଧର ନାଏକଙ୍କ ପରିବାର ତାଙ୍କ କାର ରେ ଫେରୁଥିବା ବେଳେ ସାମ୍ନା ପଟୁ ଏକ ବାଇକ ରେ ଆସୁଥିବା ତିନି ଜଣ ବାଇକ ଅରୋହି ଙ୍କ ସହ ମୁହାଁମୁହିଁ ଧକା ହୋଇଥିଲା . ଦୁର୍ଘଟଣାରେ ତିନି ବାଇକ ଅରୋହି ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଜଣ ଙ୍କ ମୁଣ୍ଡ ରେ ତୀବ୍ର ଆଘାତ ଲାଗିଛି , ଅନ୍ୟପଟ ରେ କାର ରେ ବସିଥିବା ବିଦ୍ୟାଧରଙ୍କ ସ୍ତ୍ରୀ ସଂଧ୍ୟାରଣୀ ଦାସ ମଧ୍ୟ ଆହତ ହୋଇଛନ୍ତି , ଖବର ପାଇ ସୁକିନ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରିବା ସହିତ 108 ଆମ୍ବୁଲାନ୍ସ ଯୋଗେ ଚିକତ୍ସା ପାଇଁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ , ଜଣଙ୍କର ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି , ଦୁର୍ଘଟଣା ର ଶିକାର ହୋଇଥିବା ବ୍ୟକ୍ତି ମାନେ ଢେଙ୍କାନାଳ ଜିଲ୍ଲା ପିଙ୍ଗୁଆ ସ୍ଥିତ ଖଣ୍ଡବନ୍ଧ ଗ୍ରାମ ର ବୋଲି ଜଣାପଡିଛି .

Leave a Reply

Your email address will not be published. Required fields are marked *