Site icon Awaj Media

ଓଡ଼ିଶା ପୁଷ୍ଟି ମହୋତ୍ସବ ୨୦୨୧ ପାଳନ ।

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ଗ୍ରାମପଞ୍ଚାୟତରେ ଜାନୁଆରୀ ଛବିଶ ତାରିଖରୁ ବାଳସିଂହପଟଣା, ପାଟବନ୍ଧ, ଗୋଡିଆଳି, ସାଗରଗାଁ, ଜରିପଡା ଆଦି ଗ୍ରାମର ଆଞ୍ଚଳିକ ମଞ୍ଚ ରେ ମହା ସମାରୋହରେ ପୁଷ୍ଟି ମହୋତ୍ସବ ପାଳିତ ହୋଇଅଛି । ଜାତୀୟ ପୁଷ୍ଟି ମହୋତ୍ସବ ପାଳନ ପାଇଁ ବୋଲଗଡ଼ ର B PM ପ୍ରକାଶ ଚନ୍ଦ୍ର ବଳିଆରସିଂହ ,ବିଡିଓ ଧୋବେଇ ନାୟକ, ସାଗରଗାଁ ପଞ୍ଚାୟତ ର ସରପଂଚ ସୁଭାଷଚନ୍ଦ୍ର ରାୟଗୁରୁ ଙ୍କ ତତ୍ତ୍ଵାବଧାନ ରେ ଓଡ଼ିଶା ଜୀବକା ମିଶନ ତରଫରୁ ଗାଁ ଗହଳିର ଏସ୍ଏଚଜି ମହିଳା ମାନେ ନିଜେ ନିଜେ କିପରି ନିଜ ବାଡିବଗିଚାରେ ବିଭିନ୍ନ ପ୍ରକାରର ପନିପରିବା ଶାଗ ଲଗାଇବା ସହ ବିନା ସାର ପ୍ରୟୋଗ କରି କେବଳ ଜୈବିକସାର ପ୍ରୟୋଗ କରିବା ଉପରେ ଗୁରୁତ୍ୱ ଦେବାକୁ ସୂଚନା ଦେଇଥିଲେ ।

ତତ୍ ସହିତ ସେହି ପରିବାକୁ ନିଜେ ଖାଇବା ସହ ପରିବାର ଖର୍ଚ୍ଚ ରୁ ଯାହା ବଳକା ହୁଏ ତାକୁ କିପରି ବିକ୍ରୀ କରି ନିଜ ପରିବାର ଖର୍ଚ୍ଚ ତୁଲାଇ ପାରିବେ, ବାଡିବଗିଚାରୁ ଉତ୍ପାଦନ ହେଉଥିବା ପନିପରିବା ରୁ ଗର୍ଭବତୀ ପ୍ରସୂତି ମହିଳା ମାନେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ଖାଇବା ପାଇଁ ସରକାରଙ୍କ ଯୋଜନା । ଏହି ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ ସାଗରଗାଁ ପଞ୍ଚାୟତରେ ଚାଲିଥିବା ପାଞ୍ଚ ଦିନର ମହୋତ୍ସବ ରେ ସ୍ଥାନୀୟ ସରପଂଚ ସୁଭାଷଚନ୍ଦ୍ର ରାୟଗୁରୁ , ବି ପି ଏମ୍ ବଳିୟାର ସିଂହ, ବିଡିଓ ଧୋବେଇ ନାୟକ, ପଞ୍ଚାୟତ ସ୍ତରିୟ ମହାସଂଘର ସଭାନେତ୍ରୀ ବନୀତାମାଝି, ଏମ୍ ବିକେ ମହେଶ୍ୱତା ସାମନ୍ତରାୟ, ସମସ୍ତ ସି ଆରପି ଉପସ୍ଥିତ ରହି ମହୋତ୍ସବ ର ସମସ୍ତ କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେଇ ମହୋତ୍ସବରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ ।

Exit mobile version