Site icon Awaj Media

ଜିଲ୍ଲା ସ୍ତରୀୟ ପଲସ ପୋଲିଓ ଟୀକା କରଣ ଶୁଭାରମ୍ଭ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଲସ ପୋଲିଓ ଟୀକାକରଣ ଶୁଭାରମ୍ଭ ହୋଇଯାଇଛି . ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼.ପ୍ରଦୀପ କୁମାର ପାତ୍ର, ଡ଼.ବିଶ୍ୱଜିତ ମୋଦକ, ସିନିୟର କନସଲଟାଣ୍ଟ (ଟ୍ରେନିଂଗ),ରାଜ୍ୟ ସ୍ତରୀୟ ନୋଡ଼ାଲ ଅଫିସର, ଡ଼.ଏମ୍.ଏମ୍. ମୁନିର(ପରିବାର କଲ୍ୟାଣ), ଡ଼.ପ୍ରମୋଦ କୁମାର ପଣ୍ଡା ଡି.ଏମ୍.ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡ଼.ଆର.ଏନ.ଦାସ, ଏ.ଡି.ପି.ଏଚ.ଓ(ଟିବି), ସୌମ୍ୟରାଣୀ ଗୌଡ଼ ଡି.ପି.ଏମ୍ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର 5 ବର୍ଷ ରୁ କମ ପ୍ରାୟ 71 ହଜାର 270 ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଖୁଆଇବାର ଲକ୍ଷ୍ୟ ରଖାଯାଇଛି . ଏଥିପାଇଁ ଚିହ୍ନଟ କରା ଯାଇଥିବା 574ଟି ବୁଥରେ ଦୁଇ ଜଣିଆ ଟୀକା ପ୍ରଦାନକାରୀ ଦଳଙ୍କୁ ନିୟୋଜିତ କରାଯାଇଛି । ଏତଦ ବ୍ୟତୀତ 20ଟି ଭ୍ରାମ୍ୟମାଣ ଦଳ ଏବଂ ଜନସାଧାରଣ ଯାତାୟାତ କରୁଥିବା ମୁଖ୍ୟ ଚିହ୍ନିତ ସ୍ଥାନ ସମୂହରେ 30ଟି ଦଳ ନିୟୋଜିତ ହୋଇଛନ୍ତି . ଟୀକା କରଣ ର ପ୍ରଥମ ଦିନ ଚିହ୍ନଟ କରାଯାଇ ଥିବା ବୁଥ ସମୂହରେ ଟୀକାକରଣ କରାଯିବ । ପରବର୍ତ୍ତୀ ଦୁଇ ଦିନ, ଟୀକା ପ୍ରଦାନକାରୀ ଦଳ ଗୃହ ପରିଦର୍ଶନ କରି ପୋଲିଓ ଟୀକା ପାଇ ନ ଥିବା ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବେ ।

କାର୍ଯ୍ୟକ୍ରମ କୁ ତଦାରଖ କରିବା ପାଇଁ ରାଜ୍ୟ, ଜିଲ୍ଲା ତଥା ବ୍ଳକ ସ୍ତରୀୟ ଅଧିକାରୀ ମାନେ ନିୟୋଜିତ ଅଛନ୍ତି । ସରକାରଙ୍କର କୋଭିଡ଼ି19 ନିୟମ ଅନୁଯାୟୀ ମାସ୍କ ପିନ୍ଧିବା ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଇତ୍ୟାଦିକୁ ଗୁରୁତ୍ୱ ଦେବା ସହ ଗୃହ ପରିଦର୍ଶନ ସମୟରେ ଜନଗହଳି ନ କରି ନିୟମାବଳୀ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସହଯୋଗ କରି ସମାଜକୁ ପୋଲିଓ ମୁକ୍ତ ରଖିବାକୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ନାୟକ ଡେପୁଟି ମ୍ୟାନେଜର ପରିଚାଳନା କରିଥିବା ବେଳେ ନେତ୍ରାନନ୍ଦ ଶତପଥୀ, ସୁରେଶ ଜେନା ଅନ୍ୟମାନେ ସହଯୋଗ କରିଥିଲେ .

Exit mobile version