Site icon Awaj Media

ନୟାଗଡ ବିଧାୟକଙ୍କୁ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଯକ୍ଷ ପ୍ରଶ୍ନ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : 2003 ମସିହାରୁ ମୁଖ୍ୟମନ୍ତ୍ରୀ ଶୁଭ ଦେଲେଣି ! ପ୍ରକଳ୍ପ ହେଲା ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୟୁଜିସି ଅନୁଦାନ ପ୍ରାପ୍ତ ଅନ୍ତଃଦ୍ୱାର କ୍ରୀଡା ପ୍ରଶିକ୍ଷଣାଙ୍ଗନ ନିର୍ମାଣ । ଖୋଦ ମୁଖ୍ୟମନ୍ତ୍ରୀ ୨୦୦୩ ମସିହାରୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ସମ୍ପୁର୍ଣ୍ଣ ହୋଇପାରୁନାହିଁ କାର୍ଯ୍ୟ ?? ନୟାଗଡ଼ ର ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଥିବାବେଳେ ବର୍ତ୍ତମାନ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି ଆଉ କେଉଁ ପଦବୀ ରେ ଥିଲେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ଷ୍ଟାଡିୟମ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ପାରିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ପ୍ରଶ୍ନ କରିଛନ୍ତି । ଆଠବର୍ଷ ଧରି କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡି ରହିବା ମୁଖ୍ୟମନ୍ତ୍ରୀ ଙ୍କୁ ଅଣଦେଖା ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।

୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ୫୦ ଭାଗ ଅର୍ଥ ଅଗ୍ରୀମ ଦିଆଯାଇଥିବା ବେଳେ Utilization certificate ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ପ୍ରକଳ୍ପ ର କେତୋଟି କଂକ୍ରିଟ ପିଲର ଛଡ଼ା କାର୍ଯ ଆଗକୁ ହୋଇ ପାରିନାହିଁ । “ଆମ ପାଇଁ ବଡ଼ ଆମ ନୟାଗଡ଼” ସ୍ଳୋଗାନ ଦେଉଥିବା ବିଧାୟକ ତଥା ମନ୍ତ୍ରୀଙ୍କୁ ଆଠ ବର୍ଷ ମଧ୍ୟରେ ଆଠ ମିନିଟ୍ ସମୟ ହୋଇ ପାରୁନାହିଁ ଏହି ପ୍ରକଳ୍ପ ର ପୂର୍ଣ୍ଣାଙ୍ଗ କାର୍ଯ୍ୟ ତଦାରଖ କରିବା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ରଣଜିତ ଦାଶ । ୟୁଜିସି ଦ୍ୱାରା ମଞ୍ଜୁର ହେଇଥିବା ୩୫ ଲକ୍ଷ ଟଙ୍କାରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ମହାବିଦ୍ୟାଳୟ ପକ୍ଷରୁ ୟୁସି ଦେବାରେ କଣ ପାଇଁ ବିଳମ୍ବ ହୋଇଛି ତାର ଉତ୍ତର ନୟାଗଡ଼ ବାସୀଙ୍କୁ ବିଧାୟକ ଦେବେକି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ ।

Exit mobile version