Site icon Awaj Media

ବାଙ୍କୀ NAC ର ଜନସାଧାରଣ ଙ୍କ ଉପରେ ୟୁଜର୍ସ ଫିସ ଆଦାୟ କୁ ନେଇ ବାଙ୍କୀ କଂଗ୍ରେସ ର ଦାବିପତ୍ର

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମହାମାରୀ କରୋନା ସାରା ବିଶ୍ୱ ର ଆର୍ଥିକ ମାନଦଣ୍ଡ କୁ ଦୋହଲାଇ ଦେଇଥିବା ସମୟରେ ସାଧାରଣ ଗରିବ ଲୋକଙ୍କ ଆର୍ଥିକ ଅବସ୍ଥା ନ କହିବା ଭଲ. ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବାଙ୍କୀ NAC ଅଞ୍ଚଳରେ ବାସ କରୁଥିବା ସାଧାରଣ ଗରିବ ଙ୍କ ଉପରେ ଏବେ NAC ଅଫିସ ତରଫରୁ ୟୁଜର୍ସ ଫିସ ଆଦାୟ କରିବା ନିଷ୍ପତ୍ତି କୁ ବାଙ୍କୀ କଂଗ୍ରେସ ବିରୋଧ କରିବା ସହ ବାଙ୍କୀର ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ ନିଜର କାର୍ଯ୍ୟକର୍ତ୍ତା ଙ୍କ ସହ ବାଙ୍କୀ ଉପଜିଲ୍ଲାପାଳଙ୍କୁ ୟୁଜର୍ସ ଫିସ ଛାଡ଼ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ.

NAC ରେ ବାସ କରୁଥିବା ଗରିବ ଶ୍ରେଣୀୟ ଲୋକେ ଯେଉଁଭଳି ଭାବରେ କରୋନା ପାଇଁ ନିଜର ରୋଜଗାର ହରାଇବା ସହ ଆର୍ଥିକ ସ୍ଥିତି ଖରାପ ଦେଇ ଗତି କରୁଛନ୍ତି , ଏପରି ଆର୍ଥିକ ସଙ୍କଟ ସମୟରେ ବାଙ୍କୀ NAC ଗରିବ ଜନସାଧାରଣ ଙ୍କ ଉପରେ ଟିକସ ଆଦାୟ କରିବା କୁ ବନ୍ଦ କରାଯାଉ ବୋଲି ପୂର୍ବତନ ବିଧାୟକ ପ୍ରତିକ୍ରିୟା ରଖିଥିଲେ. ଅପର ପକ୍ଷେ ସାରା ଭାରତ ବର୍ଷ ରେ ଏହି ୟୁଜର୍ସ ଫିସ ଆଦାୟ ପାଇଁ ସରକାର ନିୟମ ଲାଗୁ କରିଛନ୍ତି. ଟିକସ କୁ ହ୍ରାସ କରିବା ପାଇଁ NAC ଅଧିକାରୀ ଙ୍କ ସହ ଆଲୋଚନା କରାଯିବ ବୋଲି ବାଙ୍କୀ ଉପଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି .

Exit mobile version