Site icon Awaj Media

ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବା ପାଇଁ ଶିକ୍ଷା ବିଭାଗର ପ୍ରୟାସ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେବାକୁ ଥିବା ପ୍ରାୟ 8372 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ପରୀକ୍ଷା ଦର୍ପଣ ଅଭ୍ୟାସ ପୁସ୍ତିକା ଜିଲ୍ଲାରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ ନିମନ୍ତେ ସମସ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବଣ୍ଟନ କରିଛନ୍ତି ।

ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ବଣ୍ଟନ କରି ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଶିକ୍ଷା ବିଭାଗ ତରଫରୁ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି . ପରୀକ୍ଷା ଦର୍ପଣ ପୁସ୍ତିକାରେ କମେଇ ଦିଆ ଯାଇଥିବା ପାଠ୍ୟକ୍ରମ ଅନୁସାରେ ପ୍ରସ୍ତୁତି ସଂକ୍ଷିପ୍ତ ପ୍ରଶ୍ନ ଓ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ସହ ଉତ୍ତରକୁ ଛାତ୍ରଛାତ୍ରୀ ମାନେ ଅଭ୍ୟାସ କରି ଅଧିକ ରୁ ଅଧିକ ନମ୍ବର ରଖି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିବେ ।

ସେଥି ନିମନ୍ତେ ଅଭିଭାବକମାନଙ୍କୁ ମଧ୍ୟ ସଚେତନ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସ।ହିତ କରାଯାଉଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମଧ୍ୟ ଜିଲ୍ଲାର ଦଶମ ଶ୍ରେଣୀ ପରୀକ୍ଷା ଫଳ ନିଶ୍ଚିତ ଭାବେ ଆଶାନୁରୂପ ହୋଇ ପାରିବ ବୋଲି ମତ ପୋଷଣ କରିଛନ୍ତି . ପରୀକ୍ଷା ଦର୍ପଣ ପୁସ୍ତିକାଟି ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଦୃତ ହୋଇ ପାରିଛି ଓ ଉତ୍ସ।ହ ପ୍ରଦାନ କରିପାରିଛି ।

Exit mobile version